26.1 C
Bhubaneswar
Friday, March 29, 2024
Homeଅପରାଧଦଳିତ ନାବାଳିକାଙ୍କ ସହ କଲେ ଏପରି...

ଦଳିତ ନାବାଳିକାଙ୍କ ସହ କଲେ ଏପରି…

ପଞ୍ଜାବ : ପଞ୍ଜାବର ଜଳନ୍ଧର ଠାରେ ଏକ ଦଳିତ ନାବାଳିକା ସହ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ନାବାଳିକାଙ୍କ ପୁରୁଷ ବନ୍ଧୁ ତାଙ୍କ ଭାଇ ଓ ୮ ଜଣ ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି । ୮ ଜଣ ଆରୋପୀଙ୍କ ମଧ୍ୟରୁୁ ୩ ଜଣଙ୍କୁ ପୋଲିସ ଗିରଫ କରିଛି । କୁହାଯାଉଛି ଯେ, ବିବାହର ପ୍ରଲୋଭନ ଦେଖାଇ ପିଡୀତାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ଏହି ମାମଲାରେ ପିଡୀତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁସାରେ ପୋଲିସ ଏକ ଗଣ ଦୁଷ୍କର୍ମ ମାମଲା ରୁଜୁ କରି ଆରୋପୀ ମାନଙ୍କୁ ଖୋଜିବାରେ ଲାଗିଛି ।

ପୋଲିସରେ ହୋଇ୍‌ଥିବା ଅଭିଯୋଗ ମୁତାବିକ ପିଡୀତାଙ୍କର ଆରୋପୀ ସନ୍ଦୀପଙ୍କ ସହ ପ୍ରେମ ସମ୍ପର୍କ ଥିଲା । ସନ୍ଦୀପ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ କହିଥିଲେ । ପୋଲିସ ଅଧିକାରୀ ପ୍ରିତପାଲ ସିଂ କହିଛନ୍ତି ଯେ, ନାବାଳିକା ଜଣକ ଗରିବ ପରିବାରର ଥିଲେ । ୧୫ ମାର୍ଚ୍ଚକୁ ସନ୍ଦୀପ ପୀଡିତାଙ୍କୁ ଫୋନ କରି ପରଦିନ ଡବବାଲୀ ମଣ୍ଡି ଅଞ୍ଚଳର ବସ ଷ୍ଟାଣ୍ଡ ଠାରେ ଦେଖା ହେବା ପାଇଁ କହିଥିଲା । ସେ ଏହା ମଧ୍ୟ କହିଥିଲା ଯେ, ବସ ଷ୍ଟାଣ୍ଡ ଠାରୁ ସେମାନେ ଜଳନ୍ଧର ଯିବେ ଓ ବିବାହ କରିବେ । ଏଥିରେ ପ୍ରଲୋଭିତ ହୋଇ ନାବାଳିକା ଜଣକ ନିଜ ଘରୁ ସକାଳ ୬ ଟାରେ ବାହାରି ଯାଇଥିଲେ । ବସ ଷ୍ଟାଣ୍ଡରୁ ସନ୍ଦୀପ ନାବାଳିକାଙ୍କୁ ଦେଖା କରିଥିଲେ । ସେଠାରୁ ସେମାନେ ମିଶି ଜଳନ୍ଧର ଯାଇଥିଲେ ।

ପୋଲିସର କହିବା ଅନୁସାରେ ସନ୍ଦିପ ପିଡୀତାଙ୍କୁ ଏକ ଘରକୁ ନେଇ ଯାଇଥିଲା । ସେଠାରେ ପୁର୍ବରୁ ସନ୍ଦୀପର ୭ ଜଣ ସାଙ୍ଗ ଥିଲେ । ସେମାନେ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହାର ୨ ଦିନ ପରେ ସନ୍ଦୀପ ନାବାଳିକାଙ୍କୁ ତାଙ୍କ ଘରେ ଛାଡି ଦେଇଥିଲା ଓ ଘରେ କାହାକୁ ନ କହିବାକୁ ଧମକ ଦେଇଥିଲା । ଘରେ ଅସୁସ୍ଥ ଅବସ୍ଥାରେ ପହଞ୍ଚି ନାବାଳିକା ଜଣକ ନିଜ ଘରେ ସବୁ କଥା କହିଥିଲେ ଓ ପରିବାରଙ୍କ ସହ ପୋଲିସରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking