27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବଢ଼ିଲା ସମୀର ୱାଙ୍ଖଡ଼େଙ୍କ ପାଇଁ ଅଡ଼ୁଆ

ବଢ଼ିଲା ସମୀର ୱାଙ୍ଖଡ଼େଙ୍କ ପାଇଁ ଅଡ଼ୁଆ

ମୁମ୍ବାଇ : ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ପାଇଁ ଅସୁବିଧା ବଢ଼ିବାରେ ଲାଗିଛି । କ୍ରୁଜ ଡ୍ରଗ୍ସ ମାମଲାର ଯାଞ୍ଚ ମଧ୍ୟରେ ନିଜେ ଅନେକ ମାମଲାରେ ଫସିଥିବାର ଦେଖାଯାଉଛି । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ ତାଙ୍କ ଉପରେ ନକଲି ପ୍ରମାଣପତ୍ର ଦେଖାଇ ଚାକିରି କରିବା ଅଭିଯୋଗ ଆଣିବା ପରେ ତାଙ୍କର ଅସୁବିଧା ଅଧିକ ବଢ଼ିବାରେ ଲାଗିଛି । ଆଉ ଏବେ ଦଳିତ ସଂଗଠନ ମଧ୍ୟ ସମୀର ୱାଙ୍ଖେଡ଼େଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଦଳିତ ସଂଗଠନ ତରଫରୁ ଦାବି କରାଯାଇଛି ଯେ ସମୀର ୱାଙ୍ଖେଡ଼େ ଚାକିରି ପାଇବା ପାଇଁ ନିଜକୁ ଏସସି ବୋଲି କହିଥିଲେ । ସଂରକ୍ଷଣ ପାଇବା ପାଇଁ ସମୀର ନକଲି ପ୍ରମାଣପତ୍ର ଦେଖାଇଥିଲେ। ଏହି ଅଭିଯୋଗ ସ୍ୱାଭିମାନୀ ରିପବ୍ଲିକାନ ଆର୍ମୀ ଏବଂ ଭୀମ ଆର୍ମୀଙ୍କ ତରଫରୁ ଲଗାଯାଇଛି ।

କିଛି ଦିନ ପୂର୍ବରୁ ସମୀର ୱାଙ୍ଖଡ଼େ ଦିଲ୍ଲୀରେ ଅନୁସୂଚିତ ଜାତି-ଜନଜାତି ଆୟୋଗ ଅଫିସ୍‌ରେ ପହଞ୍ଚିଥିଲେ । ସେଠାରେ ସେ ନିଜର ଜାତି ପ୍ରମାଣ ପତ୍ର ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଦାଖଲ କରିଥିଲେ । ଉକ୍ତ କାଗଜ ପତ୍ରର ଯାଞ୍ଚ ଚାଲିଥିବାବେଳେ ଏହାରି ମଧ୍ୟରେ ସମୀର ୱାଙ୍ଖଡ଼େଙ୍କ ଉପରେ ଅଭିଯୋଗ ଲାଗିଚାଲିଛି । ସେପଟେ ଏହି ଆରୋପ ଉପରେ ସମୀର ୱାଙ୍ଖଡ଼େଙ୍କ ବାପା ଜୋର ଦେଇ କହିଛନ୍ତି ଯେ ସେ ଦଳିତ । ମୁସଲିମ ଧର୍ମ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସୂଚନାଯୋଗ୍ୟ, ସମୀରଙ୍କ ଉପରେ ଲାଗିଥିବା ଏହି ଅଭିଯୋଗ ସେତେବେଳ ଠାରୁ ଲାଗିଛି ଯେତେବେଳେ ସମୀର ୱାଙ୍ଖେଡ଼େ କ୍ରୁଜ ଡ୍ରଗ୍ସ ମାମଲା ଆରମ୍ଭ ହୋଇଥିଲା । ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଛାଡ଼ିବାକୁ ସୀମର ଟଙ୍କା ମାଗିଥିବା ନେଇ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking