32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଗଣଦୁଷ୍କର୍ମ ପରେ ଦଳିତ ଝିଅଙ୍କୁ ଜୀବନ୍ତ ଜାଳିଦେଲେ,୧୨ ଦିନ ପରେ ଆଖି ବୁଜିଲେ ପୀଡ଼ିତା

ଗଣଦୁଷ୍କର୍ମ ପରେ ଦଳିତ ଝିଅଙ୍କୁ ଜୀବନ୍ତ ଜାଳିଦେଲେ,୧୨ ଦିନ ପରେ ଆଖି ବୁଜିଲେ ପୀଡ଼ିତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ପୁଣି ଆସିଛି ଗୋଟିଏ ଲୋମହର୍ଷଣକାରୀ ଘଟଣା। ୧୨ ଦିନ କାଳ ଜୀବନ ସହ ସଂଘର୍ଷ କରିବା ପରେ ଆଖି ବୁଜିଛନ୍ତି ଜଣେ ଗଣଦୁଷ୍କର୍ମ ପୀଡ଼ିତା। ଦୁଇ ଜଣ ଯୁବକ ଏହି ଦଳିତ କିଶୋରୀଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ଫିଲଭିଟ ଅଞ୍ଚଳରୁ ଏପରି ଖବର ସାମ୍ନାକୁ ଆସିଛି। ଜିଲ୍ଲାର କୁନୱାରପୁର ଗାଁରେ ଚଳିତ ମାସରେ ଦୁଇ ଜଣ ଯୁବକ ଜଣେ କିଶୋରଙ୍କୁ ପ୍ରଥମେ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ହତ୍ୟା କରିବା ପାଇଁ ଜୀବନ୍ତ ଅବସ୍ଥାରେ ପେଟ୍ରୋଲ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ସ୍ଥିତ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର ରଖାଯାଇ ଚିକତ୍ସା କରାଯାଉଥିଲା। ସେ ମଧ୍ୟ ଜୀବନ ସହ ଦୀର୍ଘ ୧୨ ଦିନ କାଳ ସଂଘର୍ଷ କରିଥିଲେ। କିନ୍ତୁ ଏହି ଲଢ଼େଇରେ ପୀଡ଼ିତା ଜଣଙ୍କ ଶେଷରେ ହାରି ଯାଇଛନ୍ତି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ଲକ୍ଷ୍ନୌରେ ପୀଡ଼ିତାଙ୍କ ଶବବ୍ୟବଚ୍ଛେଦ କରି ଫିଲଭିଟ୍ରେ ଥିବା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking