40.1 C
Bhubaneswar
Thursday, April 25, 2024
Homeଓଡିଶାସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

ସମ୍ବଲପୁର ଆରଟିଓ ଅଫିସରୁ ଦଲାଲ ଗିରଫ

ସମ୍ବଲପୁର : ରାଜ୍ୟ ସରକାର ଜନସାଧାରଣଙ୍କୁ ଉତ୍ତମ ସେବା ଦେବା ପାଇଁ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି । ଆରଟିଓ ଅଫିସ୍ ଓ ଚିକିତ୍ସାଳୟକୁ ଦଲାଲ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ସ୍ଥଳେ ସମ୍ବଲପୁର ଆର୍ଟିଓ ଅଫିସ୍ରେ ଯାନବାହାନ ପଞ୍ଜିକରଣ ନାମରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଦାବି କରୁଥିବା ଅଭିଯୋଗରେ ଶତୃଘନ ବିଭାର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ଏଥିସହ ଜଣେ ନାବାଳକକୁ ଅଟକ ରଖା ଯାଇଥିବା ଜଣାପଡ଼ିଛି । ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ଏ ବାବଦରେ ଟାଉନ ଥାନା ଅଧିକାରୀ ରମେଶ ଦୋରାଙ୍କୁ ପଚାରିବାରୁ ତଦନ୍ତ କରାଯାଉଛି ବୋଲି କହିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଟାଉନ ଥାନା ପୁଲିସ ମଙ୍ଗଳବାର ମଧ୍ୟାହ୍ନରେ ଆର୍ଟିଓ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ପଞ୍ଜିକରଣ ପାଇଁ ଏକାଧିକ ଫର୍ମ ଧରି ଲାଇନରେ ଥିବା କଚେରୀ ଅଞ୍ଚଳର ୨ଜଣଙ୍କୁ ପୁଲିସ ଧରି ଟାଉନ ଥାନାକୁ ଆଣିଛି । ସେମାନଙ୍କ ଠାରୁ ଆରଟିଓ ଅଫିସ୍ ସମ୍ପର୍କିତ କାଗଜପତ୍ର, ଟଙ୍କା ଓ ମୋବାଇଲ ଜବତ ହୋଇଛି । ଏହା ପୂର୍ବରୁ ଧନୁପାଲି ଥାନା ତୁରିପଡାର ନାରାୟଣ ଓରାମ ଆର୍ଟିଓ ଅଫିସରେ ଦଲାଲ କରୁଥିବା ଅଭିଯୋଗରେ ଗତ ୧୨ଅକ୍ଟୋବରରେ ଗିରଫ ହୋଇଥିଲେ । ସେହିପରି ଗତ ୨୬ ସେପ୍ଟେମ୍ବରରେ ବୁର୍ଲା ବଡ ମେଡିକାଲରୁ ୫ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଏହି ଅଭିଯୋଗରେ ବୁର୍ଲା ଶିଶୁ ୱାର୍ଡ ସମ୍ମୁଖରେ ରହୁଥିବା ଦାରାସିଂହ ଲୁହା, ବିଷ୍ଣୁମନ୍ଦିର ପଡାର ଅଶୋକ ବାଗ, ମହତାବ ନଗରର ଅମିତ କୁମ୍ଭାର, ଢିପପଡାର କୈଳାସ ସୁନା ଓ ବଡବଜାରର ଲାବା ସେଣ୍ଡ୍ରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କ ନାମରେ ୨ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଥିଲା । ଏହାସତ୍ତେ୍ୱ ଚିକିତ୍ସାଳୟ ଓ ଆର୍ଟିଓ ଅଫିସ୍ ଦଲାଲ ମୁକ୍ତ ହୋଇପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking