ବିବାହ ଭୋଜି ଖାଇ ଡାଇରିଆରେ ୭୮ ଆକ୍ରାନ୍ତ

ବରଗଡ : ବରଗଡ଼ ସଦର ବ୍ଲକ୍ ବରାହଗୁଡା ଗ୍ରାମରେ ଶୁକ୍ରବାର ଏକ ବିବାହ ଭୋଜି ଖାଇ ଡାଇରିଆରେ ୭୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ôଚ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ବରାହଗୁଡା କଲୋନୀ ପଡ଼ାରେ ଅପରାହ୍ଣରେ ଏକ ବାହା ଘର ଭୋଜି ଅନୁଷ୍ଠିତ ହୋଇଥିଲା । ସେଠାରେ ଦିଆଯାଉଥିବା କୌଣସି ଖାଦ୍ୟ ଯୋଗୁଁ ଭୋଜି ଖାଇଥିବା ଅଧିକାଂଶ ବ୍ୟକ୍ତି ଶନିବାର ସକାଳେ ଡାଇରିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପ୍ରାୟ ୭୮ ଜଣ ମହିଳା , ପୁରୁଷ ତଥା ଛୋଟ ଶିଶୁ ଡାଇରିଆରେ ଆକ୍ରାନ୍ତ ଥିବା ଜଣାପଡିଥିବା ବେଳେ ଖବର ପାଇ  ଗାଁକୁ ଏକ ଡାକ୍ତରୀଦଳ ପହଞ୍ôଚ ଓଆରଏସ, ମେଟ୍ରୋନଡାଇଜର ଆଦି ଔଷଧ ବଣ୍ଟନ କରି ପାଣି ଫୁଟାଇ ପିଇବାକୁ ପରାମର୍ଶ ଦେଇଥିଲେ ।  ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗାଁରେ କଲାପାଣି ଡାକ୍ତରଖାନାର ମେଡିକାଲ ଅଫିସର ମୌସୁମୀ ଇନ୍ଦୁରେଖା ଖାଡଙ୍ଗା, ଡାକ୍ତର ମନୋରଞ୍ଜନ ହୋତା, କଟାପାଲି ଡାକ୍ତରଖାନାର ଡାକ୍ତର ଶ୍ରବଣ ଅଗ୍ରୱାଲ, ସୁପରଭାଇଜର ଅଜୟ କୁମାର ଦାଶ, ଗୌରାଙ୍ଗଟିକ୍ରାର ଆଶା ହରିପ୍ରିୟା ସାହୁ, ଏଏନଏମ ତନ୍ମୟବାଲା ପୁରୋହିତ ପ୍ରମୁଖ ଚିକିତ୍ସା ବ୍ୟବସ୍ଥା କରିଥିଲେ । ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସହ  ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହେଉଥିବା ଡାକ୍ତର ହୋତା ସୂଚନା ଦେଇଥିବା ବେଳେ ଫୁଡ ପଏଜନିଙ୍ଗ ଯୋଗୁଁ ଏପରି ହୋଇଥିବା କହିଥିଲେ । ପରେ ଏଡିଏମ୍ ଓ ପିଏଚ୍ ଡାକ୍ତର ଚୂଳବତୀ ସାହୁ ବରାହଗୁଡାରେ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରି ଭୋଜିରେ ଦିଆଯାଇଥିବା ଖାଦ୍ୟ ନମୁନା ସଂଗ୍ରହ କରିଥିଲେ ।