30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପରଲୋକରେ କଳା ନିର୍ଦ୍ଦେଶକ ଲୀଲାଧର ସାୱନ୍ତ

ପରଲୋକରେ କଳା ନିର୍ଦ୍ଦେଶକ ଲୀଲାଧର ସାୱନ୍ତ

ମୁମ୍ବାଇ : କଳା ନିର୍ଦ୍ଦେଶକ ଲୀଲାଧର ସାୱନ୍ତଙ୍କ ୭୦ ବର୍ଷ ବୟସରେ ପରଲୋକ। କଳା ନିର୍ଦ୍ଦେଶକ ଲିଲାଧର ସାୱନ୍ତ ୨୫ ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ସେ ପ୍ରାୟ ୧୭୦ ଟି ଫିଲ୍ମରେ କଳା ନିର୍ଦ୍ଦେଶନା ଦେଇଥିଲେ। ଏହା ସହିତ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଥିଲା।

ଲିଲାଧର ସାୱନ୍ତ ଗତ ଦଶ ବର୍ଷ ଧରି ତାଙ୍କ ପତ୍ନୀ ପୁଷ୍ପା ସାୱନ୍ତଙ୍କ ସହ ରହୁଥିଲେ। ସେ ମହାରାଷ୍ଟ୍ରର ୱାଶିମ୍ ଜିଲାର ଜୌଲକା ଗ୍ରାମରେ ରହୁଥିଲେ। ସେ ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ। ପୁଷ୍ପା ସାୱନ୍ତ ମଧ୍ୟ କିଛି ସମୟ ପୂର୍ବରୁ ଏକ ସାକ୍ଷାତକାରରେ ଏହା ଉଲ୍ଲେଖ କରିଥିଲେ। ପୁଷ୍ପା ସାୱନ୍ତ ସାକ୍ଷାତକାରରେ କହିଥିଲେ, ସେ ବର୍ତ୍ତମାନ ବହୁତ କଷ୍ଟଦାୟକ ଜୀବନ ଅତିବାହିତ କରୁଛନ୍ତି। ପ୍ରାୟ ୨୫ ବର୍ଷ ଧରି ବଲିଉଡରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ଲିଲାଧର ଅତ୍ୟଧିକ ଅସୁସ୍ଥ ଓ ଅସହାୟ ହୋଇପଡିଛନ୍ତି। ମୁଁ ତାଙ୍କ ସହ କାମ କରିଥିବା ସମସ୍ତ କଳାକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ତାଙ୍କର ଦୁଇଟି ବାଇପାସ୍ ସର୍ଜରୀ ହୋଇସାରିଛି ଏବଂ ଦୁଇଥର ବ୍ରେନ୍ ହାମରେଜ ବି ହୋଇସାରିଥିବାର କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking