27.1 C
Bhubaneswar
Thursday, April 25, 2024
Homeଓଡିଶାଦାଦା ଭାଇ ନାରୋଜୀ ପୁସ୍ତକ ଉନ୍ନୋଚିତ

ଦାଦା ଭାଇ ନାରୋଜୀ ପୁସ୍ତକ ଉନ୍ନୋଚିତ

ଭୁବନେଶ୍ୱର-ଆଜି ଶନିବାର ଦିନ ୧୧ ସମୟରେ ଲୋହିଆ ଏକାଡ଼େମି ଠାରେ ଦାଦା ଭାଇ ନାରୋଜୀ ଙ୍କ ଉପରେ ଲିଖିତ

ପୁସ୍ତକ ଓଡିଶା ପ୍ରଦେଶ କଂଗ୍ରେସ  ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ନୋଚିତ ଓ ଲୋକାପ୍ରିତ ହୋଇଛି । ଏହାର

ଲେଖକ ବିଶିଷ୍ଟ ସଂଗ୍ରାମୀ ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଓ ପୁସ୍ତକଟିର ପ୍ରକାଶକ ଇନ୍‌ଷ୍ଟିଚ୍ୟୁଟ ଅଫ ପବ୍ଲିକ୍ ଫାଇନାନ୍‌ସ

ଉନ୍ନୋଚନ ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ଭାରତର ଇତିହାସକୁ କଦର୍ଥ କରିବା ପାଇଁ ଭାରତୀୟ ସ୍ତରରେ

ଉଦ୍ୟମ ଆରମ୍ଭ ହୋଇଯାଇଛି । ଏପରିକି, ସ୍ୱାଧିନତା ସଂଗ୍ରାମରେ ଚରମ ତ୍ୟାଗ ଥିବା ଓ ଦୀର୍ଘ କାଳ କାରବରଣ

କରିଥିବା ଜବାହାରଲାଲ ନେହେରୁ ଙ୍କ ନାମ ସ୍ୱାଧିନତାର ୭୫ ବର୍ଷ ପୁର୍ତି ଅବସରରେ ଉଲ୍ଲେଖ କରାଯାଇନାହିଁ ।

ଏହିପରି ଏକ ବିଡ଼ମ୍ବନା ଓ ଇତିହାସ ବିକୃତ ଚାଲିଥିବାବେଳେ କଂଗ୍ରେସର ପ୍ରତିଷ୍ଠାତା ଦାଦା ଭାଇ ନାରୋଜୀଙ୍କୁ ମନେ ପକାଇଛି ଏହି ପୁସ୍ତକ । ପୁସ୍ତକର ଲେଖକ ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଦାଦା ଭାଇ ନାରୋଜୀ ବିଦେଶୀ ଶୋଷଣ

ବିରୁଦ୍ଧରେ ପ୍ରଥମ ସ୍ୱର ଉତୋଳନ କରିଥିଲେ ବୋଲି କହିଥିଲେ ଯେଉଁଥିପାଇଁ ମହାତ୍ମାଗାନ୍ଧୀ ନାରୋଜୀଙ୍କୁ ଜାତୀର

ପିତା ଭାବେ ଉଲ୍ଲେଖ କରିଛନ୍ତି । ବହିଟିର ସମିକ୍ଷା କରି ସାହିତ୍ୟିକ ଶ୍ରୀ ରବିନ୍ଦ୍ର କୁମାର ସାହୁ ଶ୍ରୀ ନାୟକଙ୍କ ବିଭିନ୍ନ

ବ୍ୟକ୍ତିଙ୍କର ଜୀବନୀ ଲେଖନକୁ ଭୂୟଷି ପ୍ରଶଂସା କରିଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ତଥା  ଇନ୍‌ଷ୍ଟିଚ୍ୟୁଟ ଅଫ ପବ୍ଲିକ୍ ଫାଇନାନ୍‌ସ ର ଶ୍ରୀ ଯୁକ୍ତ ପଞ୍ଚାନନ  କାନୁନ୍‌ଗୋ ଦାଦା ଭାଇ ନାରୋଜୀଙ୍କ “ମନିଡ୍ରେନ୍‌” ତତ୍ୱ ଉପରେ ଆଲୋକପାତ

କରିଥିଲେ । ସେହି ଶୋଷଣ ଧାରା ଆଜି ବି ଚାଲିଛି ବୋଲି ଉଲ୍ଲେଖ କରିଥିଲେ । ସଭାରେ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ

ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking