27.1 C
Bhubaneswar
Friday, March 29, 2024
Homeଓଡିଶାଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

ଭୁବନେଶ୍ୱର: ବାତ୍ୟା ୟାସ ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇ କହିଛନ୍ତି, ପାଗକୁ ଦେଖି ବିଳମ୍ବ ନ କରି ଲୋକଙ୍କୁ ସ୍ଥାନାନ୍ତଋଚ୍ଚ ଆରମ୍ଭ କରନ୍ତୁ ।  ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ଶେଷ କରନ୍ତୁ ।  ତେବେ ଲୋକଙ୍କ ସ୍ଥାନାନ୍ତରଣଙ୍କୁ ଗୁରୁତର ସହ ନେବାକୁ ସେ ପରାମର୍ଶ ଦେଇଛନ୍ତି ।  ଠିକାଦାର ଅସ୍ଥାୟୀ କ୍ୟାମ୍ପରୁ ନିର୍ମାଣ ଶ୍ରମିକଙ୍କୁ ନିରାପଦ ସ୍ଥାନକୁ ନିଅନ୍ତୁ ।  ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ । ଜୀବନ ବଂଚାଇବାକୁ କୌଣସି ଗୋଟିଏ ପଦକ୍ଷେପ ବି ଛାଡନ୍ତୁନି ।
ସେ ଆହୁରି ମଧ୍ୟ କହିଛନ୍ତି, ୨୨ ଏନଡିଆରଏଫ ଟିମ ଆସିଯାଇଛି । ଆଜି ଆଉ ୩୦ ଟିମ୍ ଆସିବେ । ଓଡ୍ରାଫ ଟିମ ୫୦ରୁ ୬୦ ଓ ଅଗ୍ନିଶମ ଟିମ ୧୭୫ ରୁ ୨ ଶହ ପ୍ରସ୍ତୁତ ରହିଛନ୍ତି ।  ୩୫ଟି ଗଛକଟା ଟିମ, ପୂର୍ତ୍ତର ୧୬୫ ଓ ଗ୍ରାମ୍ୟ ଉନ୍ନୟନର ୩ ଶହ ଟିମ ପ୍ରସ୍ତୁତ ।  ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ ।  କଚ୍ଚା ଘରେ ରହୁଥିବା ସବୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଯିବ । କାଲି ଅପରାହ୍ନ ସୁଦ୍ଧା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ନିଆଯିବ ।  ସେଠାରେ ଅଙ୍ଗନବାଡି, ଆଶା କର୍ମୀ ରହିବେ । ସମସ୍ତଙ୍କୁ ମାସ୍କ ଦିଆଯିବ ।  ବାତ୍ୟା ବେଳେ ଦଲକା ପବନ ଆସି କିଛି ସମୟ ଶାନ୍ତ ପଡିଯାଏ । କିଛି ସମୟ ଶାନ୍ତ ପଡିବା ପରେ ପୁଣି ୨ୟ ଦଫା ପବନ ଆସେ ।  ତେଣୁ ବାତ୍ୟା ସଂପୂର୍ଣ୍ଣ ନସରିବା ଯାଏଁ ଘରୁ ବାହାରକୁ ନବାହାରିବାକୁ କୁହାଯାଇଛି ।  ବାତ୍ୟା ପବନ ଆରମ୍ଭରୁ ଶେଷ ଯାଏ ଘର ଭିତରେ ହିଁ ରୁହନ୍ତୁ ବୋଲି ଏସଆରସି କହିଛନ୍ତି ।  ଆମ୍ବ, ପଣ. ନଡିଆ ଗୋଟାଇବାକୁ ପବନ ବେଳେ ବାହାରନ୍ତୁ ନାହିଁ । ସାଇକେଲ, ବାଇକ ଧରି ବୁଲିବାକୁ ବାହାରୁଥିବା ପିଲାଙ୍କୁ ବାରଣ କରନ୍ତୁ ।  ପବନ ପୂର୍ବରୁ ପାଣି ଗଚ୍ଛିତ ରଖନ୍ତୁ । ମଝିରେ କୂଅ , ନଳକୂପକୁ ଯାଆନ୍ତୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking