39.8 C
Bhubaneswar
Thursday, April 18, 2024
Homeଓଡିଶା‘ୟାଶ’ ମୁକାବିଲା ପାଇଁ ପଠାଗଲା ୨୨ଟି ଏନଡିଆରଏଫ୍ ଟିମ୍

‘ୟାଶ’ ମୁକାବିଲା ପାଇଁ ପଠାଗଲା ୨୨ଟି ଏନଡିଆରଏଫ୍ ଟିମ୍

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଲୋ ପ୍ରେସରରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା କାଲି ଏହା ବାତ୍ୟାରେ ପରିଣତ ହେବ । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ‘ୟାଶ’ ମୁକାବିଲା ପାଇଁ ଏନଡିଆରଏଫର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାତ୍ୟା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକୁ ଏନଡିଆରଏଫ୍ ଟିମକୁ ପଠାଯାଇଛି । କଟକ ମୁଣ୍ଡୁଳି ଏନଡିଆରଏଫର ୩ୟ ବାଟାଲିୟନରୁ ଟିମ୍ ପଠାଇବା କାର୍ଯ୍ୟ ଆରମ୍ଭ କରାଯାଇଛି । କେଉଁ ଜିଲ୍ଲାକୁ କେତେ ଏନଡିଆରଏଫ୍ ଟିମ ପଠାଯିବ ସେ ନେଇ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ସମସ୍ତେ କାର୍ଯ୍ୟସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୋଟି ୨୨ଟି ଟିମ ମଧ୍ୟରୁ ବାଲେଶ୍ୱରକୁ ୭ଟି, ଭଦ୍ରକକୁ ୪ଟି, କେନ୍ଦ୍ରାପଡ଼ାକୁ ୩ଟି, ଯାଜପୁରକୁ ୨ଟି, ଜଗତସିଂହପୁର ଓ ମୟୁରଭଞ୍ଜକୁ ଗୋଟିଏ ଲେଖାଏଁ ଟିମ୍ ପଠାଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking