28.1 C
Bhubaneswar
Thursday, March 28, 2024
Homeଓଡିଶାଆଗାମୀ ୧୨ ଘଣ୍ଟା ମୟୁରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ

ଆଗାମୀ ୧୨ ଘଣ୍ଟା ମୟୁରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ବାତ୍ୟା ଅପଡେଟ ସଂପର୍କରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି, ଉପକୂଳ ଅତିକ୍ରମ କରିଛି ବାତ୍ୟା । ସର୍ବାଧିକ ୧୩୦/୧୪୦ ପବନ ହୋଇଛି । ନୀଳଗିରି ଅଂଚଳରେ ବ୍ୟାପକ ଗଛ ଉପୁଡି ପଡିଥିବା ସୂଚନା ମିଳିଛି ।  ତେବେ ବିଦ୍ୟୁତ ଭିତ୍ତିଭୂମି ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି । ପବନ କ୍ରମେ ମୟୁରଭଂଜ ଜିଲ୍ଲାକୁ ବଢିବାକୁ ଲାଗିବ । ଆଗାମୀ ୧୨ ଘଣ୍ଟା ମୟୁରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ ।

କହିରଖୁଛୁ, ବର୍ତମାନ ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଛି । ଏନେଇ ଆଇଏମଡି ଡିଜି ମୃତ୍ୟୁଜଂୟ ମହାପାତ୍ର ସୂଚନା ଦେଇଛନ୍ତି । ଉପରୂଳ ଅତିକ୍ରମ ବେଳେ ପବନ ୧୩୦ରୁ ୧୫୦ କିମି ଥିଲା । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବ । ପରେ ପବନ ବେଗ ହ୍ରାସ ପାଇ ୯୦ରୁ ୧୦୦ କିମିକୁ ଖସିବ । ପରବର୍ତୀ ୬ ଘଣ୍ଟାରେ ପବନ ବେଗ ୬୦ କିମିକୁ ଖସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking