43.9 C
Bhubaneswar
Friday, April 19, 2024
Homeଓଡିଶାପୁରୀ ରେ ବର୍ଷାର ପରିମାଣ ଏବଂ ପବନର ବେଗ କମ ରହିଛି

ପୁରୀ ରେ ବର୍ଷାର ପରିମାଣ ଏବଂ ପବନର ବେଗ କମ ରହିଛି

ପୁରୀ  : ଉପକୂଳ ରେ ଆଫନ ପ୍ରଭାବ ଦେଖିବାକୁ ମିଳିଛି !ପୁରୀ ରେ ଝିପି ଝିପି ବର୍ଷା ସହତ 50 ରୁ 60 ବେଗ ରେ ପବନ ବହବା ସହ  ପୁରୀ ସମୁଦ୍ର ଅଶାନ୍ତ ରହିଛି ! ଯେଉଁମାନେ ମସ୍ୟଜୀବି ଥିଲେ ସେମାନଙ୍କୁ 2ଦିନ ପୂର୍ବରୁ ବାରଣ କରାଯାଇଥିଲା ସେମାନେ ସମୁଦ୍ର ଭିତରକୁ ଯିବେ ନାହିଁ କିନ୍ତୁ ଏବେ ଏହି ସମୁଦ୍ରର ପ୍ରକୋପ ଦେଖିଲେ ମନେ ପଡେ ଫନି ର ତାଣ୍ଡବ ନୀଳା !ଗତ ବର୍ଷ ମେଁ 3 ତାରିଖ 2019 ରେ ଫନି ଏଭଳି ଆସିଥିଲା ଯାହା ଲୋକ ଙ୍କ ହୃଦୟକୁ ଥରେଇ ଦେଇଥିଲା ବର୍ତ୍ତମାନ  ଏହି ମହାବାତ୍ୟା ଅମ୍ଫନ କୁ ଦେଖି ଲୋକ ଭୟଭିତ ହୋଇଛନ୍ତି ! ଜିଲ୍ଲା ପ୍ରଶାସନ ଅଗ୍ନିସମ ପକ୍ଷରୁ ଜଳ ନିଷ୍କାସନ ପାଇଁ 10 ରୁ ଅଧିକ ମଟରପମ୍ପ ର ଵେବସ୍ତା ହୋଇଛି !ପୌରସଂସ୍ଥା ପକ୍ଷରୁ ମାଇକି ଦ୍ୱାରା ଘରେ ରହିବା ପାଇଁ ସୂଚନା ଦିୟାଯାଉଛି ! ପୁରୀ ଜିଲ୍ଲା ରେ ଯେଉଁ 6 ଟି ଉପକୂଳ ଅଂଚଳ ରହିଛି ସେଥି ହାଇ ଆଲୋଟ ଜାରି କରାଯାଇଛି !ଜିଲ୍ଲା ରେ 885 ଟି ବାତ୍ୟା ଆଶ୍ରୟ ସ୍ଥଳୀ ର ଵେବସ୍ତା ରହିଛି ! ବିଦୂତ ସେବା ପାଇଁ 30 ଟି ଜେନରଟର ଵେବସ୍ତା ହୋଇଛି ! ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ ଆଲୋଟ ରହିଛନ୍ତି କିପରି ଏହି ମହାବାତ୍ୟା ଅମ୍ଫନ ର ମୁକାବିଲା କରିବା ସହ ଲୋକ ଙ୍କ ସୁରକ୍ଷା ହେବ ! ପୁରୀ ରେ ବର୍ଷା ର ପରିମାଣ ଏବଂ ପବନ ର ବେଗ କମ ରହିଛି ! ଯେହେତୁ ଉପକୂଳ ଅଂଚଳ ଏହାକୁ ଦୃଷ୍ଟି ରେ ରଖି ରାଜ୍ୟସରକାର ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି !
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking