37.1 C
Bhubaneswar
Thursday, March 28, 2024
Homeଓଡିଶାସମ୍ଭାବ୍ୟ ବାତ୍ୟା ‘ୟଶ”ର ମୂଳାବିଲା ପାଇଁ ଅଗ୍ନିଶମ ମହାନିର୍ଦ୍ଦେଶକ ଏମ. ଅକ୍ଷୟଙ୍କ ସମୀକ୍ଷା 

ସମ୍ଭାବ୍ୟ ବାତ୍ୟା ‘ୟଶ”ର ମୂଳାବିଲା ପାଇଁ ଅଗ୍ନିଶମ ମହାନିର୍ଦ୍ଦେଶକ ଏମ. ଅକ୍ଷୟଙ୍କ ସମୀକ୍ଷା 

କଟକ  : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ସମ୍ଭାବ୍ୟ ବାତ୍ୟା ‘ୟଶ” ର ମୂଳାବିଲା କରିବା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗ ର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ତା ୨୦.୦୫.୨୦୨୧ ରିଖ ରେ ଅଗ୍ନିଶମ ମହାନିର୍ଦ୍ଦେଶକ ଏମ. ଅକ୍ଷୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ ସମସ୍ତ ଅଗ୍ନିଶମ କେନ୍ଦ୍ର ର କର୍ମଚାରୀ ମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ଯଥା, ପାୱାର ସ, ପାୱାର ବୋଟ, ଲାଇଟ୍ ଇତ୍ୟାଦି ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଆଜି ମହାନିର୍ଦେଶକ ଏମ ଅକ୍ଷୟ ସମ୍ଭାବ୍ୟ ବାତ୍ୟା ରେ ପ୍ରଭାବିତ ହେବାକୁ ଥିବା ଦୁଇ ଗୋଟି ଜିଲ୍ଲାକୁ ଗସ୍ତ କରି ଅଗ୍ନିଶମ କେନ୍ଦ୍ର ଗୁଡିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ ।

 

ପ୍ରଥମେ ମହାନିର୍ଦ୍ଦେଶକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସଦର ମହକୁମା ଠାରେ ଜିଲ୍ଲା ପୁଲିସ ଅଧିକ୍ଷ୍ୟକଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବରିଷ୍ଠ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ବାତ୍ୟା ର ମୁକାବିଲା ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା ବୈଠକ କରିଥିଲେ । ତତପରେ ଜଗତସିଂହପୁର ଜିଲ୍ଲା ଗସ୍ତ କରି ପାରାଦୀପ ଠାରେ ଜଗତସିଂହପୁର ପୁଲିସ ଅଧ୍ୟକ୍ଷକ ତଥା ବରିଷ୍ଠ ପୁଲିସ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀ ମାନଙ୍କୁ ନେଇ ସେମାନଙ୍କର ପ୍ରସ୍ତୁତି ସମ୍ବନ୍ଧ ରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସମସ୍ତ ଉଦ୍ଧାରକାରୀ ଯନ୍ତ୍ରାଂଶ ସହ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦେଶ ଦେବା ସହ ଜିଲ୍ଲା ର ପୁଲିସ ଓ ପ୍ରଶାସନ ସହ ପୁର୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ ।

 

ଏହି ଗସ୍ତ ସମୟରେ ମହାନିର୍ଦ୍ଦେଶକ ମଧ୍ୟ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାର ଛତା ଠାରେ ଥିବା ୧୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଓ ଜଗତସିଂହପୁର ଜିଲ୍ଲା ର ପାରାଦୀପ ସ୍ଥିତ ବିଜୁ ଯାତ୍ରୀ ନିବାସ ରେ ଚାଲିଥିବା ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଦ୍ୱୟ ପରିଦର୍ଶନ କରିଥିଲେ ଏହି ଅବସର ରେ ମୁତୟନ ହୋଇଥିବା ଅଗ୍ନିଶମ କର୍ମଚାରୀ ଏବଂ ହସ୍ପିଟାଲ କର୍ମଚାରୀ ମାନଙ୍କ ସହିତ ଭକ୍ତ ହସ୍ପିଟାଲ ମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତ୍ତା ପଦକ୍ଷେପ ଓ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିବା ସହିତ ସମସ୍ତ କର୍ମଚାରୀଙ୍କୁ ସେ କୌଣସି ଜରୁରୀକାଳିନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking