27.1 C
Bhubaneswar
Thursday, April 25, 2024
Homeଓଡିଶାଅମ୍ପାନର ପ୍ରଭାବ : ୧୯ ଅପରାହ୍ଣରୁ ବଢ଼ିପାରେ ପବନର ବେଗ

ଅମ୍ପାନର ପ୍ରଭାବ : ୧୯ ଅପରାହ୍ଣରୁ ବଢ଼ିପାରେ ପବନର ବେଗ

ଭୁବନେଶ୍ୱର : ବାତ୍ୟା ଅମ୍ପାନ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ବାତ୍ୟା ପରିଣତ ହୋଇଛି । ପଶ୍ଚିମବଙ୍ଗ-ବାଙ୍ଗଲାଦେଶ ଭିତରେ ସ୍ଥଳଭାଗ ବାତ୍ୟା ଛୁଇଁବ ବୋଲି ଏସଆରସି କହିଛନ୍ତି । ପଶ୍ଚିମବଙ୍ଗର ସାଗର ଦୀପ-ବାଙ୍ଗଲାଦେଶର ହାତିଆ ଦୀପ ମଝିରେ ଛୁଇଁବ । ୨୦ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟା ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ବାତ୍ୟାକୁ ଆଖିରେ ରଖି ସରକାର ପ୍ରସ୍ତୁତ ଅଛନ୍ତି । ସରକାର ତୀକ୍ଷ୍ମଣ ନଜର ରଖିଛନ୍ତି । ଏହାସହ ୧୨ଟି ଜିଲ୍ଳାକୁ ଆଲର୍ଟରେ ରଖାଯାଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ନିର୍ଦ୍ଦେଶ ଦିଆଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଅଧିକ ପ୍ରଭାବ ରହିଛି । ୧୯ତାରିଖ ଅପରାହ୍ନରୁ ପବନର ବେଗ ବଢ଼ିବ । ୨୦ତାରିଖରେ ଉତ୍ତର ପୂର୍ବ ଓଡ଼ିଶାରେ ଅଧିକ ପ୍ରଭାବ ରହିବ ବୋଲି ଏସଆରସି କହିଛନ୍ତି ।
https://onakhabar.com/2020/05/17/cyclone-amphan-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking