ମାଡ଼ି ଆସୁଛି ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର : ଅବପାତରୁ ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାତ୍ୟା ଅମ୍ଫାନ୍ ପାରାଦୀପଠାରୁ ଏବେ ଦକ୍ଷିଣକୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ସେହିପରି ଦିଘା ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୧୨୦୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଏବଂ ୧୮ ତାରିଖ ସକାଳ ସୁଦ୍ଧା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟାର ରୂପ ନେବ। ଏହା ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୮ ତାରିଖ ବେଳକୁ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୦ ତାରିଖ ଅପରାହ୍ଣରେ ପଶ୍ଚିମବଙ୍ଗ ଓ ତାର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବା ନେଇ ଅକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ ରୁ ୧୬୦ କିଲୋମିଟର ରହିବ। ଏବେ ବାତ୍ୟା ଧୀରେ ଧୀରେ ଗତି କରୁଛି। ୧୮ ତାରିଖରୁ ଏହାର ଗତି ବଢିବ। ରାଜ୍ୟରେ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ବାତ୍ୟାର ଗତିପଥ ଭିତରେ ଓଡ଼ିଶା ଆସୁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।
https://onakhabar.com/2020/05/16/cyclone-news/