34.1 C
Bhubaneswar
Friday, March 29, 2024
Homeଓଡିଶାବାତ୍ୟା ପରେ ବନ୍ୟାର ଚିନ୍ତା, ଫୁଲୁଛି ବୁଢାବଳଙ୍ଗ

ବାତ୍ୟା ପରେ ବନ୍ୟାର ଚିନ୍ତା, ଫୁଲୁଛି ବୁଢାବଳଙ୍ଗ

ବେଶିଙ୍ଗା : ବାତ୍ୟା ‘ୟାଶ୍‌’ ର ପ୍ରଭାବ କ୍ରମାଗତ ଭାବେ ବଢି ଶେଷରେ ଲ୍ୟାଣ୍ଡଫଲ କରିଛି । ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ମତ ଅନୁସାରେ ବାଲେଶ୍ୱରଠାରୁ ୨୦ କି.ମି ଦୂରରେ ବାତ୍ୟା ‘ୟାଶ୍‌’ ରେମୁଣାର ବାହାନଗାଠାରେ ଲ୍ୟାଣ୍ଡଫଲ କରିଥିଲା । ଲ୍ୟାଣ୍ଡଫଲ କରିବା ବେଳକୁ ପବନର ବେଗ ପ୍ରାୟ ୧୩୦ ରୁ ୧୪୦ କି.ମି. ଥିଲା । ‘ୟାଶ୍‌’ ର ଲ୍ୟାଣ୍ଡଫଲ ଦିବା ୯ଟାରୁ ଆରମ୍ଭ ହୋଇ ୧୦.୩୦ ରୁ ୧୧.୩୦ ବେଳକୁ କେନ୍ଦ୍ର ଭୃଷୁଷ୍ଠକୁ ଛୁଇଁଥିଲା । ଛୁଇଁବାର ପରବର୍ତ୍ତୀ ସମୟରେ ଏହା ଉତ୍ତରରୁ ଉତ୍ତର-ପଶ୍ଚିମ ଦିଗ ଦେଇ ନିଳଗିରୀରୁ ଶିମିଳିପାଳ ମଧ୍ୟ ଦେଇ ଝାଡଖଣ୍ଡ ଆଡକୁ ପ୍ରବାହିତ ହେବାର ସୂଚନା ମିଳିଥିଲା ।

ଏହି ବାତ୍ୟାର ପରବର୍ତ୍ତୀ ଚିତ୍ରଣକୁ ଆକଳନ କରିବା ବହୁ କଷ୍ଟକର । କାରଣ ବାତ୍ୟାର ପରବର୍ତ୍ତୀ ଅଧ୍ୟାୟ ହେଉଛି ବନ୍ୟା । ଶିମିଳିପାଳ ପାଦଦେଶରେ ୧୪୬ ମି.ମି. ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ବୁଢ଼ାବଳଙ୍ଗ ଉପର ଭାଗରେ ଥିବା ଜାଗାମାନଙ୍କରେ ଅତିରୁ ଅତି ବର୍ଷା ରେକର୍ଡ଼ କରାଯାଇଅଛି । ଯଥା କୁସୁମି ବ୍ଲକରେ ୩୦୪ ମି.ମି, ବେତନଟୀରେ ୬୬ ମି.ମି, ଖୁଣ୍ଟା ଓ ଜିବି ନଗର ବ୍ଳକରେ ୮୨.୪ମି.ମି, କପ୍ତି ଦାରେ ୭୮ ମିମି ସହ ଅନ୍ୟାନ୍ୟ ବ୍ଳକରେ ମଧ୍ୟ ଭଲ ବର୍ଷା ହୋଇଛି । ଉପର ମୁଣ୍ଡାରେ ଅତିରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ବୁଢାବଳଙ୍ଗ ନଦୀ ଅବବାହିକାରେ ବନ୍ୟାର ସ୍ଥିତିକୁ ଏଡାଇ ଯାଇପାରିବ ନାହିଁ ।

ସୂଚନା ମୁତାବକ ବୁଢ଼ାବଳଙ୍ଗ ନଦୀର ସ୍ତର ବଢିବାରେ ଲାଗିଥିଲା । ବନ୍ୟା ହେଲେ ବୈଶିଙ୍ଗା ଥାନା ଅଧୀନ ପାଟଳୀପୁରା ପଞ୍ଚାୟତ ପ୍ରାୟତଃ ସମ୍ପୂର୍ଣ୍ଣ ବୁଡ଼ିଯାଇଥାଏ, ତେଣୁ ବୈଶିଙ୍ଗା ଅଞ୍ଚଳବାସୀ ବାତ୍ୟା ସହ ସାମ୍ନା କରି ଜିତିଥିବା ବେଳେ ଏବେ ସମୟ ବନ୍ୟାକୁ ସାମ୍ନା କରିବା । ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ତତ୍ପର ହେବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking