30.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରଦୂଷଣ ପାଇଁ ଆଜି ସାଇକେଲରେ ଅଫିସ ଆସିଲେ ସରକାରୀ ବାବୁ

ପ୍ରଦୂଷଣ ପାଇଁ ଆଜି ସାଇକେଲରେ ଅଫିସ ଆସିଲେ ସରକାରୀ ବାବୁ

ଭୁବନେଶ୍ୱର: ପ୍ରଦୂଷଣରୋକିବା ଦିଗରେ ଆଉ ପାଦେ ଆଗେଇଛନ୍ତି ସାରାକରିବାବୁ । ଭୁବନେଶ୍ଵରକୁ ପ୍ରଦୂଷଣମୁକ୍ତ କରିବା ନେଇ ଅଣ୍ଟା ଭିଡ଼ିଛନ୍ତି ଭୁବନେଶ୍ଵରର ତିନୋଟି ସରକାରୀ ଅନୁଷ୍ଠାନ। ପ୍ରଦୂଷଣ ରୋକିବାକୁ ଆଜି ସାଇକେଲ ଧରି ଅଫିସ ଆସିଛନ୍ତି ସରକାରୀ ବାବୁ ।
ଏଣିକି ଭୁବନେଶ୍ଵର ସ୍ମାର୍ଟ ସିଟି ଲିମଟେଡ୍(ବିଏମଏସିଏଲ), ଭୁବେନଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ଵର ମହାନାଗର ନିଗମ(ବିଏମସି)ର ସମସ୍ତ କର୍ମଚାରୀ ପ୍ରତି ଶୁକ୍ରବାର ସାଇକେଲରେ କିମ୍ବା ଚାଲି ଚାଲି ଅଫିସ ଆସିବେ । ଏନେଇ ବିଡିଏ ଉପାଧ୍ୟକ୍ଷ ଓ ବିଏମସି କମିଶନରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବିଡିଏ ଓ ବିଏମସି କର୍ମଚାରୀ ଆଜି ସାଇକେଲ ଧରି ଅଫିସ ଆସିଛନ୍ତି । ବିଏମସି କମିଶନର, ଅତିରିକ୍ତ କମିଶନର ଓ ଡେପୁଟି କମିଶନର ମଧ୍ୟ ସାଇକେଲ ଧରି ଅଫିସ ଆସିବା ସହ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଏହି ନୋଟିସ ଆଧାରରେ ସାଇକେଲ ଧରି ଅଫିସ ଆସିବାକୁ କହିଛନ୍ତି ।
ସପ୍ତାହର ପ୍ରତି ଶୁକ୍ରବାର ସମସ୍ତ କର୍ମଚାରୀ ସାଇକେଲ୍ କିମ୍ବା ଚାଲି ଚାଲି ଅଫିସ ଆସିବା ବାଧ୍ୟତାମୂଳକ। ଅଫିସ କାମ ପାଇଁ ଅଫିସରଙ୍କ ନିମନ୍ତେ ନିୟୋଜିତ ଗାଡ଼ି ବି ଶୁକ୍ରବାର ମନା। ପରିବେଶ ସୁରକ୍ଷା ଦିଗରେ ଏହା ନିଶ୍ଚିତ ରୂପେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି। ରାଜ୍ୟରେ ଏପରି ପ୍ରୟାସ ପ୍ରଥମ ବୋଲି କୁହାଯାଉଛି।
ସମଗ୍ର ବିଶ୍ଵ ସଂପ୍ରତି ବାୟୁ ପ୍ରଦୂଷଣ ନେଇ ଚିନ୍ତିତ। ଅତ୍ୟଧିକ ଯାନବାହାନ ଚଳାଚଳ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ସାଜିଛି। ଭୁବନେଶ୍ଵରରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ଥିଲେ ମଧ୍ୟ ତାହା ରାସ୍ତାରେ ଗାଡ଼ି ସଂଖ୍ୟା କମାଇବାରେ ବିଶେଷ ସହାୟକ ହେଉ ନାହିଁ। ତେଣୁ ରାଜଧାନୀର ତିନି ପ୍ରମୁଖ ସରକାରୀ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କୁ ପ୍ରତି ଶୁକ୍ରବାର ଚାଲି ଚାଲି କିମ୍ବା ସାଇକେଲରେ ଅଫିସ ଆସିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking