27.1 C
Bhubaneswar
Thursday, April 25, 2024
Homeଓଡିଶାସାଇବର ଠକଙ୍କ ନୂଆ ତରିକା: ଫେଲ୍ ହୋଇଛ, ଟଙ୍କା ପଠାଅ ପାସ୍ ହୋଇଯିବ

ସାଇବର ଠକଙ୍କ ନୂଆ ତରିକା: ଫେଲ୍ ହୋଇଛ, ଟଙ୍କା ପଠାଅ ପାସ୍ ହୋଇଯିବ

ଭୁବନେଶ୍ୱର :   ହାଲୋ.. ମୁଁ ଭୁବନେଶ୍ୱର ଦଶମ ବୋର୍ଡ ଅଫିସ୍‌ରୁ କହୁଛି । ଶୁଭମ(ଛଦ୍ମନାମ) ଆପଣଙ୍କ କ’ଣ ହେବ । ଆପଣ ଶୁଭମ୍‌ର କିଏ କହୁଥିଲେ । ଶୁଭମ୍ ଗଣିତରେ ୫ ମାର୍କ କମ୍ ରଖିଛି । ଯେଉଁଥିପାଇଁ ସେ ଫେଲ୍ ହୋଇଯିବ । ଆପଣଙ୍କ ପାଖେ ୫ମିନିଟ୍ ଅଛି । ଜଲ୍‌ଦି ୫ହଜାର ଟଙ୍କା ପଠାନ୍ତୁ । ତାଙ୍କୁ ପାସ୍ କରିଦେବି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁମଝରିଆ ସ୍କୁଲର ଦଶମ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଖକୁ ଏଭଳି ଫୋନ୍ କଲ୍ ଆସୁଛି । କଲ୍ କରୁଥିବା ବ୍ୟକ୍ତିଜଣକ ହିନ୍ଦିରେ କଥାବାର୍ତ୍ତା କରୁଛନ୍ତି । ଏହାସହ ଦଶମ ବୋର୍ଡ ଅଫିସ ସମ୍ପର୍କରେ ସେ ଭଲଭାବେ ଅବଗତ ନାହାନ୍ତି । ତେଣୁ କଲ୍ କରୁଥିବା ବ୍ୟକ୍ତି ଜଣକ ସାଇବର ଠକ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଚଳିତବର୍ଷ କରୋନା ମହାମାରୀ ପାଇଁ ରାଜ୍ୟସରକାର ଦଶମ ବୋର୍ଡ ପରୀକ୍ଷା ବାତିଲ କରିଦେଇଛନ୍ତି । ତାଙ୍କର ୪ଟି ଅଭ୍ୟାସ ପରୀକ୍ଷାକୁ ନେଇ ଫାଇନାଲ ମାର୍କ ଆସିବ । ଏଭଳି ସ୍ଥଳେ ସାଇବର ଠକମାନେ ଛାତ୍ରଛାତ୍ରୀଙ୍କୁ ଠକିବା ପାଇଁ ନୂଆ ତରିକା ଆପଣାଇଛନ୍ତି । ଏନେଇ ସେମାନେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ତଥ୍ୟ ଚୋରି କରି ସେମାନଙ୍କୁ ଫସାଉଛନ୍ତି ।
ବିଶେଷକରି କୁମଝରିଆ ସ୍କୁଲର ସବୁପିଲାଙ୍କ ତଥ୍ୟ ସମ୍ପୃକ୍ତ ସାଇବର ଠକ ପାଖେ ଅଛି । ସେ ଜଣ ଜଣ କରି ସବୁପିଲାଙ୍କୁ କଲ୍ କରି ଟଙ୍କା ଦେଲେ ପାସ୍ କରିଦେବାକୁ କହିଛି । ଏମିତିକି କରୋନା ପାଇଁ ଲକ୍‌ଡାଉନ ରହିଛି ।

ଭୁବନେଶ୍ୱର ଆସିବା ସମ୍ଭବ ନୁହେଁ । ତେଣୁ ଆପଣମାନେ ଅନ୍‌ଲାଇନରେ ଟଙ୍କା ପଠାଇଦିଅନ୍ତୁ ବୋଲି ସାଇବର ଠକ ଅଭିଭାବକମାନଙ୍କୁ କହିଛି । ଯାହାଫଳରେ ଅଭିଭାବକଙ୍କ ସନ୍ଦେହ ଘନୀଭୂତ ହୋଇଥିଲା ।  ପରେ ଯାଞ୍ଚ କରିବାରୁ ସେଭଳି କୌଣସି ବ୍ୟକ୍ତି ବୋର୍ଡ ଅଫିସରୁ ଫୋନ୍ କରିନାହିଁ ବୋଲି ଜଣାପଡ଼ିଥିଲା । ତେବେ କେବଳ କୁମଝରିଆ ସ୍କୁଲ୍‌ର ତଥ୍ୟ ଚୋରି ହୋଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଛି । ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଘଟଣାର ପୁଙ୍ଖାନୁପୁଙ୍କ ତଦନ୍ତ ପାଇଁ ଜଣେ ଡିଏସ୍‌ପି ର‌୍ୟାଙ୍କ୍‌ର ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ସମ୍ପୃକ୍ତ ଅଫିସର ଘଟଣା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking