33.1 C
Bhubaneswar
Thursday, April 25, 2024
Homeଓଡିଶାମାତିଲେ ସାଇବର ଲୁଟେରା, ଲୁଟି ନେଲେ ୮୦ ହଜାର

ମାତିଲେ ସାଇବର ଲୁଟେରା, ଲୁଟି ନେଲେ ୮୦ ହଜାର

ଭୁବନେଶ୍ୱର: ମାତିଲେ ସାଇବର ଲୁଟେରା । ଏଥର ଅନଲାଇନରେ ମଦ ବୁକିଂ ବେଳେ ସେମାନେ ଏହି ଲୁଟ କରିଥିବା ସୂଚନା ରହିଛି । ଫଳରେ ଜଣେ ଇଂଜିନିୟର ସାଇବର ଲୁଟେରାଙ୍କ ଶିକାର ହୋଇଛନ୍ତି । ମଦ ବୁକିଂ କରିବା ସମୟରେ ପ୍ରାୟ ୮୦ ହଜାର ତାଙ୍କଠାରୁ ଠକେଇ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଇଞ୍ଜିନିୟର ଜଣକ ସୋସିଆଲ୍ ମିଡିଆରୁ ଏକ ମଦ ଦୋକାନ ନାଁରେ ଥିବା ବିଜ୍ଞାପନ ଦେଖି ଅନ ଲାଇନ ଅର୍ଡର କରିଥିଲେ । ଅନ୍ଲାଇନ୍ରେ ମଦ ବୁକିଂ ପାଇଁ ସେଥିରେ ଦିଆଯାଇଥିବା ଫୋନ ପେ’ ଆକାଉଣ୍ଟକୁ ସେ ୯୮୦ ଟଙ୍କା ପଠାଇଥିଲେ। ହେଲେ ଟ୍ରାନଜାକ୍ସନ୍ ଫେଲ୍ ଜାଣିବା ପରେ ଫୋନରେ ଯୋଗାଯୋଗ କରିଥିଲେ ଇଞ୍ଜିନିୟର ଜଣକ। ରେଜିଷ୍ଟ୍ରେସନ ପାଇଁ ବିଳମ୍ବ ହୋଇଥିବା କହି ତାଙ୍କ ପାଖକୁ ଏକ QR କୋଡ୍ ପଠାଯାଇଥିଲା । ସେହି କୋଡ କୁ ସ୍କାନ କରିବା ପରେ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ପ୍ରଥମେ ୧୯ ହଜାର ଟଙ୍କା କଟି ଯାଇଥିଲା । ଏନେଇ ଇଞ୍ଜିନିୟର ଜଣକ ଜଣାଇବା ପରେ ଭୁଲ ରେ କଟିଯାଇଥିବା ଫେରସ୍ତ ହୋଇଯିବ କହି ଆଉ ଏକ ସ୍କାନିଂ ପାଇଁ କୋଡ୍ ପଠାଇଥିଲେ ସାଇବର ଲୁଟେରା । ସେଥିରେ ସ୍କାନ୍ କରିବା ପରେ ପୁଣି ଟଙ୍କା କଟି ଯାଇଥିଲା । ଏଭଳି ୪ ଥରରେ ୭୯ ହଜାର ୧୮୧ ଟଙ୍କା କଟିଯାଇଥିବା ଠକାମିର ଶିକାର ହୋଇଥିବା ଯୁବକ ଜଣକ କହିଛନ୍ତି । ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଅନ ଲାଇନ ରେ  ମଦ କିଣି ପ୍ରାୟ ୩୬ ହଜାର ଟଙ୍କାର ଠକାମିର ଶିକାର ହୋଇଥିଲେ ଭୁବନେଶ୍ୱରର ଜଣେ ବ୍ୟକ୍ତି । ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ ଏହି ଅଭିଯୋଗ ଆଣିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking