30.1 C
Bhubaneswar
Wednesday, April 24, 2024
Homeଓଡିଶାବଢୁଛି ସାଇବର ଅପରାଧ, ମାସକରେ ଦେଢ଼କୋଟି ଠକେଇ

ବଢୁଛି ସାଇବର ଅପରାଧ, ମାସକରେ ଦେଢ଼କୋଟି ଠକେଇ

ଭୁବନେଶ୍ୱର: ତାଲାବନ୍ଦ ଯୋଗୁଁ ବଢୁଛି ସାଇବର ଅପରାଧ । ସଚେତନତା ଅଭାବ ଓ ଲୋଭରେ ବଶୀଭୂତ ହୋଇ ଲୋକମାନେ ଠକଙ୍କ ଶିକାର ହେଉଛନ୍ତି । ସାଇବର ସହାୟତା ଡେସ୍କ ଖୋଲାଯିବା ପରେ ଠକଙ୍କ ଆକାଉଣ୍ଟରୁ ଟଙ୍କା ଫେରାଇ ଆଣିହେଉଛି । ହେଲେ ସେମାନଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛି । କମିଶନରେଟ୍ ପୁଲିସ ଭୁବନେଶ୍ୱର ସାଇବର ସହାୟତା ଡେସ୍କର ଜୁନ୍ ମାସର ରିପୋର୍ଟ ଅନୁସାରେ ଜୁନ୍ ମାସର ଲକଡାଉନ୍ ସମୟରେ ଭୁବନେଶ୍ୱରରେ ଲୋକେ ଅଧିକ ଠକେଇର ଶିକାର ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାଇବର ଲୁଟେରା ୧କୋଟି ୫୩ଲକ୍ଷ ୨୯ହଜାର ଟଙ୍କା ଠକିଥିବାବେଳେ ସେଥିମଧ୍ୟରୁ  କେବଳ ଭୁବନେଶ୍ୱରରୁ ୮୩ ଲକ୍ଷ ୮ହଜାର ୬୬୨ଟଙ୍କା ଠକେଇ ହୋଇଛି । ଜୁନ୍‌ରେ ମୋଟ ୪୬୩ଟି କଲ୍ ସାଇବର ସହାୟତା ଡେସ୍କକୁ ଆସିଛି ।

ସେଥିମଧ୍ୟରୁ ଭୁବନେଶ୍ୱରରୁ ୨୨୯ଟି କଲ୍ ଆସିଥିବାବେଳେ ୨୩୪ଟି ଅନ୍ୟଜିଲ୍ଲାରୁ କରାଯାଇଛି । ବିଶେଷକରି  ୟୁପିଆଇ ମାଧ୍ୟମରେ ସାଇବର ଅପରାଧୀମାନେ ଅଧିକ ଠକେଇ କରିଛନ୍ତି । ୟୁପିଆଇ ମାଧ୍ୟମରେ ଭୁବନେଶ୍ୱରରୁ ୯୩ଟି ଠକେଇ ହୋଇଛି । ସେହିପରି କ୍ରେଡ଼ିଟ, ଡେବିଟ୍ କାର୍ଡ଼ରୁ ୭୭ଟି ଠକେଇ, କଲ୍ ରିସିଭ୍ କରିବାରୁ ୫୯ଟି ଠକେଇ ହୋଇଛି । ଏନେଇ ସାଇବର ସେଲ୍‌ରେ ୧୪ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ କୌଣସି ଅପରାଧୀଙ୍କୁ ଗିରଫ କରାଯାଇନଥିବା ସାଇବର ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ପୁଲିସ ସାଇବର ଅପରାଧୀଙ୍କ ଆକାଉଣ୍ଟରୁ ୧୬ ଲକ୍ଷ ୫ହଜାର ୮୦୦ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି । ଯାହା ପୂର୍ବ ମାସ ଗୁଡ଼ିକ ତୁଳନାରେ ସର୍ବାଧିକ । ଏହାସହ ସାଇବର ସହାୟତା ଡେସ୍କ ୬୭ଟି ନମ୍ବର ବ୍ଲକ କରିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking