28.1 C
Bhubaneswar
Wednesday, April 24, 2024
Homeଅପରାଧନୂଆ ତରିକାରେ ସାଇବର ଠକେଇ

ନୂଆ ତରିକାରେ ସାଇବର ଠକେଇ

କଟକ : ବ୍ୟାଙ୍କ୍ଗ୍ରାହକଙ୍କୁ ଠକିବା ପାଇଁ ସାଇବର ଠକମାନେ ନୂଆନୂଆ ତରିଆ ଆପଣାଉଛନ୍ତି ଏହି କ୍ରମରେ କ୍ୟାସ୍ବ୍ୟାକ୍ପାଇବା ଚକ୍କରରେ ଜଣେ ବ୍ୟକ୍ତି ସର୍ବସ୍ୱ ହରାଇଛନ୍ତି ଏକ ଅଜଣା ନମ୍ବରରୁ ଫୋନ୍ପାଇ ଏକ ଆପ୍ଡାଉନ୍ଲୋଡ୍ପରେ ଏଭଳି ଘଟଣା ଘଟିଛି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏନେଇ ପୁରୀଘାଟ ଥାନାରେ ଏତଲା ଦାୟର କରିଛନ୍ତି ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି

ମିଳିଥିବା ସୂଚନା ଅନୁସାରେ, ପୁରୀଘାଟ ଥାନା ଅଞ୍ଚଳରେ କିଶୋର ମଙ୍ଗରାଜ ନାମକ ବ୍ୟକ୍ତି ରହୁଛନ୍ତି ଗଲା ସପ୍ତାହରେ ଶ୍ରୀ ମଙ୍ଗରାଜଙ୍କ ଫୋନ୍କୁ ଏକ ଅଜଣା ନମ୍ବରରୁ ଫୋନ୍ଆସିଥିଲା ଫୋନ୍କରିଥିବା ବ୍ୟକ୍ତି ଏକ ଅନ୍ଲାଇନ୍ଟଙ୍କା ଟ୍ରାନ୍ସଫରଆପ୍‌’ କର୍ମଚାରୀ ବୋଲି କହିଥିଲେ ତେବେ ଶ୍ରୀ ମଙ୍ଗରାଜଙ୍କୁ ଉକ୍ତ ବ୍ୟକ୍ତି ଜଣକ କହିଥିଲେ କି, ଆପଣଙ୍କ ଆକାଉଣ୍ଟକୁ ୨୫୦୦ ଟଙ୍କାର କ୍ୟାସ୍ବ୍ୟାକ୍ଆସିବ ଆପଣଙ୍କ ଫୋନ୍ନଂ ଏଥି ପାଇଁ ଚୟନ କରାଯାଇଛି ଏହା ଶୁଣିବା ପରେ ଶ୍ରୀ ମଙ୍ଗରାଜ ପଚାରିଥିଲେ କି ଏହି ଟଙ୍କା କିଭଳି ମିଳିବ? ଫୋନ୍କରିଥିବା ବ୍ୟକ୍ତି ଜଣକ ଏକ ଆପ୍ଡାଉନଲୋଡ୍କରିବା ପାଇଁ ତାଙ୍କୁ କହିଥିଲା ଏହି ଆପ୍ଡାଉନଲୋଡ୍କରି କିଛି ତଥ୍ୟ ପ୍ରଦାନ କଲେ ଏହି ଟଙ୍କା ମିଳିବ ବୋଲି ଫୋନ୍କରିଥିବା ବ୍ୟକ୍ତି ଜଣକ କହିଥିଲା ଏହା ପରେ ଶ୍ରୀ ମଙ୍ଗରାଜ ନିଜ ଫୋନ୍ରେ ଉକ୍ତ ଆପ୍କୁ ଡାଉନ୍ଲୋଡ୍କରିଥିଲେ

ପରେ ସେହି ଆପ୍ରେ ଆକାଉଣ୍ଟ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରିଥିଲେ ଏଥି ସହିତ ଫୋନ୍କରିଥିବା ବ୍ୟକ୍ତି ଜଣକ ଫୋନ୍ଯୋଗେ ମଧ୍ୟ କିଛି ତଥ୍ୟ ଶ୍ରୀ ମଙ୍ଗରାଜଙ୍କଠାରୁ ସଂଗ୍ରହ କରିଥିଲେ ବାସ୍ଏହା ପରେ ଶ୍ରୀ ମଙ୍ଗରାଜଙ୍କ ଆକାଉଣ୍ଟରୁ ଏକାଧିକ ଥରରେ ପ୍ରାୟ ୭୭ ହଜାର ଟଙ୍କା କଟିଯାଇଥିଲା ଏହା ଦେଖି ଶ୍ରୀ ମଙ୍ଗରାଜଙ୍କ ହୋସ୍ଉଡ଼ିଯାଇଥିଲା ହଠାତ୍ଏହି କଥାକୁ ସେ ଭଲ ଭାବେ ବୁଝି ପାରିନଥିଲେ ପରେ ଆକାଉଣ୍ଟ ଚେକ୍କରିବାରୁ ନିଜର ଭୁଲ୍ଜାଣିପାରିଲେ ମାତ୍ର ସେତେ ବେଳକୁ ଆଉ କଛି କରିବାର ନଥିଲା ତେଣୁ ସେ ନିରାଶ ହୋଇ ପୁରୀଘାଟ ଥାନାରେ ଏତଲା ଦାୟର କଲେ

ଏଥିରୁ ଏକ ନୂଆ ତରିକାରେ ସାଇବର ଠକମାନେ ଟଙ୍କା ଠକିଥବା ପୁଲିସ ଜାଣିବାକୁ ପାଇଥିଲା ଶ୍ରୀ ମଙ୍ଗରାଜ ଡାଉନ୍ଲୋଡ୍କରିଥିବା ଉକ୍ତ ଆପ୍ଟି ନକଲି ବୋଲି ପୁଲିସ ଅନୁମାନ କରୁଛି ତେବେ ଏନେଇ ଆଇପିସିର ଧାରା ୪୨୦ ଆଇଟି ଆକ୍ଟର ଧାରା ୬୬ଡି ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି ଅନ୍ୟପକ୍ଷରେ ଅଜଣା ଫୋନ୍ନମ୍ବର ବା ଇମେଲ୍ଦ୍ୱାରା ପ୍ରଭାବିତ ହୋଇ ଟଙ୍କା ସମ୍ପର୍କିତ କୌଣସି କାମ ନକରିବାକୁ ଥାନା ଅଧିକାରୀ ରଶ୍ମୀରଂଜନ ସାହୁ ପରାମର୍ଶ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking