40.1 C
Bhubaneswar
Thursday, April 25, 2024
Homeଓଡିଶା୮ ତାରିଖ ମଧ୍ୟରାତ୍ର ଯାଏଁ କଟକ ସହର ସଟ ଡାଉନ

୮ ତାରିଖ ମଧ୍ୟରାତ୍ର ଯାଏଁ କଟକ ସହର ସଟ ଡାଉନ

କଟକ: କଟକରୁ ଆଜି ୧୧ ପଜେଟିଭ ଚିହ୍ନଟ ହେବା ପରେ କଟକ ସହରକୁ ସଟ ଡାଉନ ଘୋଷଣା କରାଯାଇଛି । ୮ ତାରିଖ ଯାଏଁ କଟକକୁ ସଟ ଡାଉନ ଘୋଷଣା ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୮ ତାରିଖ ମଧ୍ୟରାତ୍ର ଯାଏଁ ଏହା ବଳବତ୍ତର ରହିବ । ଘୋଷଣା ତତ୍କାଳ ଲାଗୁ ନେଇ ସିଏମସି ପକ୍ଷରୁ ସୂଚନା ରହିଛି । କୌଣସି ଅଣଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି । ସମସ୍ତ ଅଣଅତ୍ୟାବଶ୍ୟକ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ । ଗ୍ରୋସରୀ, ପରିବା, କ୍ଷୀର ଦୋକାନ କୋଲିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯିବ । ସକାଳ ୫ରୁ ସନ୍ଧ୍ୟା ୬ ଯାଏଁ ଅତ୍ୟାବଶ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ ।
ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ କଟକରେ ବି କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେମାନଙ୍କ ମଧ୍ୟରୁ ୫ ଜଣ ସରକାରୀ କ୍ୱାରେଣ୍ଟିନ ରୁ ବାହାରିଥିବା ବେଳେ ୬ ଜଣ ହୋମ୍ କ୍ୱାରେଣ୍ଟିନରୁ ବାହାରିଛନ୍ତି । କ୍ୟାନସର ହସ୍ପିଟାଲର ୫ ରୋଗୀ ଏବଂ ସଂପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ୬ ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ଏହାକୁ ମିଶାଇ କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଂଚିଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି । ଆଉ ଏବେ ବି ୯୨ଟି ଆକ୍ଟିଭ କେସ ରହିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking