37.1 C
Bhubaneswar
Thursday, March 28, 2024
Homeଓଡିଶାକଟକ ବଡ଼ ମେଡିକାଲ୍‌ର ନର୍ସିଂ କଲେଜ୍ ବନ୍ଦ

କଟକ ବଡ଼ ମେଡିକାଲ୍‌ର ନର୍ସିଂ କଲେଜ୍ ବନ୍ଦ

କଟକ : କଟକ ବଡ଼ ମେଡିକାଲ୍‌ର ନର୍ସିଂ କଲେଜ୍ ବନ୍ଦ । ଏସିଏସ୍‌ଙ୍କ ନିର୍ଦ୍ଦେଶ ପରେ ନର୍ସିଂ କଲେଜ୍‌କୁ ବନ୍ଦ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ବୃଦ୍ଧି ହେଉଛି ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ନର୍ସିି କଲେଜ୍‌କୁ ବନ୍ଦ କରିବା ପାଇଁ ମୁଖ୍ୟ କାରଣ ହେଉଛି କଲେଜ୍‌ର ଅଧ୍ୟକ୍ଷାଙ୍କୁ ବହିଷ୍କାର କରିବା ପାଇଁ ନସିଂ କଲେଜ୍‌ର ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜୋରଦାର୍ ଚଲାଇଥିଲେ । ବହୁ ବାଦବିବାଦ ମଧ୍ୟ ହୋଇଥିଲା ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀଙ୍କ ଭିତରେ । ଗତ ତିନିଦିନ ତଳେ ନର୍ସିଂ କଲେଜ୍‌ରେ ରହିଥିବା ଅଧକ୍ଷା ଅନିର୍ଦ୍ଦିଷ୍ଟ ପାଇଁ ମଧ୍ୟ ଛୁଟିରେ ଯାଇଥିଲେ । କିନ୍ତୁ ଛାତ୍ରଛାତ୍ରାମନେ ପ୍ରଶ୍ନ ଉଠାଇଛନ୍ତି ଯଦି କୌଣସି ଯାଗାରେ କଲେଜ୍ ଓ ହଷ୍ଟେଲ୍ ବନ୍ଦ ହେଉନାହିଁ ତେବେ ନର୍ସିଂ ହଷ୍ଟେଲ ଓ କଲେଜ୍‌କୁ କାହିଁକି ବନ୍ଦ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking