28.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନା ଉଜାଡ଼ିଦେଲା ସଂସାର

କରୋନା ଉଜାଡ଼ିଦେଲା ସଂସାର

କଟକ : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସ୍ଥାନୀୟ କଲେଜ ଛକ ପାଟରାସାହିର ଜନୈକ ଉଦୀୟମାନ ଯୁବକ ଆଶିଷ କୁମାର ଲେଙ୍କା(୩୭)ଙ୍କର ମୃତ୍ୟୁ ଘଟିଛି । ସ୍ୱର୍ଗତ ଲେଙ୍କା ରେଭେନ୍‌ସା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍‌ସରେ ଏମ୍‌ଏସ୍‌ସି କରିବା ପରେ ହାଇଦ୍ରାବାଦ ଓ ବାଙ୍ଗାଲୋରର ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିଲେ । ପାଟରାସାହିର ପ୍ରସନ୍ନ କୁମାର ଲେଙ୍କାଙ୍କ ପୁତ୍ର ଆଶିଷ ବାଙ୍ଗାଲୋରରୁ ଫେରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ପରେ ତାଙ୍କ ପିତା, ମା’ ଓ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ୨୨ ତାରିଖରେ ତାଙ୍କ ମା’ଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଆଶିଷକୁ ଷ୍ଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୨୫ ତାରିଖ ସକାଳେ ଆଶିଷଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଏକ ୨ ବର୍ଷର ପୁତ୍ର ରହିଥିବାବେଳେ ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଆଶିଷଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାବେଳେ ତାଙ୍କର ବିୟୋଗ ଏହି ଅଭାବୀ ସଂସାରକୁ ସଂପୂର୍ଣ୍ଣ ଉଜାଡ଼ି ଦେଇଛି । ଆଶିଷଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking