କଟକ: ଲଗାତର ୨ ଥର ସୋସିଆଲ ମିଡିଆରେ ଅନୁଭବ ଅଧଘଣ୍ଟା ଓ ଘଣ୍ଟାଏ ଲେଖାଏଁ ଭିଡିଓ ଅପଲୋଡ କରି ବର୍ଷାଙ୍କ ବିଷୟରେ କହିଥିଲେ । ଏହା ଦ୍ୱାରା ବର୍ଷାଙ୍କ ମାନହାନି ହେଉଛି ବର୍ଷା ଗତକାଲି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବର୍ଷାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି ବର୍ଷା ପୂର୍ବରୁ ଏକାଧିକ ଅଭିଯୋଗ କରିଛନ୍ତି । ଏସବୁର ଅନୁଧ୍ୟାନ ପରେ ଯାହା କିଛି ପଦକ୍ଷେପ ନିଆଯିବ । ଏହି ଏତଲାରେ ବର୍ଷା ଲେଖିଥିଲେ କି ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ।