34.1 C
Bhubaneswar
Friday, March 29, 2024
Homeଓଡିଶାକଟକ ସହରରେ ସ୍ଥିତି ଅସମ୍ଭାଳ: ବେହେରା ସାହି ରୁ ଆଉ ୪୬ ଚିହ୍ନଟ

କଟକ ସହରରେ ସ୍ଥିତି ଅସମ୍ଭାଳ: ବେହେରା ସାହି ରୁ ଆଉ ୪୬ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ଆଜି ୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ଜଣ କଟକ ସହରର ହୋଇଥିବା ଜଣାପଡ଼ିଛି । ୭୬ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬୦ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ବେହେରା ସାହି ମାଲଗୋଦାମ ଅଞ୍ଚଳରୁ ଆଉ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୧୬ ଜଣ ପୁରୁଷ ଓ ୩୦ ଜଣ ମହିଳା ଅଟନ୍ତି।
ସହେବଜାଦା ବଜାରରୁ ଆଉ ୪ ଜଣ ଗୃହ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି।

ଦେୱାନ୍ ବଜାରରୁ ୩ ଜଣ, ବକ୍ସି ବଜାରରୁ ୨ ଲୋକାଲ କେସ ଚିହ୍ନଟ ହୋଇଛି।
ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୧୫୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୩ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୭୭୩ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking