40.1 C
Bhubaneswar
Wednesday, April 24, 2024
Homeଓଡିଶାଭଙ୍ଗାଯିବ କଟକ ସହରର ପୁରୁଣା ଅସୁରକ୍ଷିତ କୋଠା: ତାଲିକା ପ୍ରସ୍ତୁତ କରିଛି ସିଏମସି

ଭଙ୍ଗାଯିବ କଟକ ସହରର ପୁରୁଣା ଅସୁରକ୍ଷିତ କୋଠା: ତାଲିକା ପ୍ରସ୍ତୁତ କରିଛି ସିଏମସି

କଟକ:ଭଙ୍ଗାଯିବ କଟକ ସହରର ପୁରୁଣା ଅସୁରକ୍ଷିତ କୋଠା । ଉଭୟ ସରକାରୀ ଓ ବେସରକାରୀ କୋଠା ଭଙ୍ଗା ଯିବ ବୋଲି ସୂଚନା ମିଳିଛି । ଏଥିପାଇଁ କଟକ ମହାନଗର ନିଗମ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ କରିଛି । ମଙ୍ଗଳବାଗ ନୂଆପାଟଣା ଅଞ୍ଚଳରେ ଭଙ୍ଗା ଯାଇଛି ଶହେ ବର୍ଷ ପୁରୁଣା ଦୁଇ ମହଲା ଘର । ସେହିପରି ବିଭିନ୍ନ ସ୍ଥାନରେ ୨୫ ପାଖାପାଖି ଅସୁରକ୍ଷିତ ବିଲ୍ଡିଂଗର ତାଲିକା ପ୍ରସ୍ତୁତ କରିଛି ସିଏମସି ।

ଭାଙ୍ଗିବା ପୂର୍ବରୁ ନୋଟିସ ଦିଆଯିବ, ଘର ମାଲିକଙ୍କୁ ନିଜେ ଭାଙ୍ଗିବାକୁ କୁହାଯିବ । ଯଦି ସେ ନ ଭାଙ୍ଗନ୍ତି ତେବେ ପ୍ରଶାସନ ଭାଙ୍ଗିବ ଓ ଘର ଭାଙ୍ଗିବା ବାବଦରେ ଯାହା ଖର୍ଚ୍ଚ ହେବ, ସେ ଅର୍ଥ ଘର ମାଲିକଙ୍କ ଠାରୁ ଆଦାୟ କରାଯିବ ବୋଲି ଡେପୁଟି କମିଶନର ସୂଚନା ଦେଇଛନ୍ତି । ଘର ମାଲିକ ଅର୍ଥ ଦାଖଲ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କଟକ ମହାନଗର ନିଗମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking