22.1 C
Bhubaneswar
Sunday, January 23, 2022
Homeଓଡିଶା+୨ ପାଇଁ କଟ ଅଫ ମାର୍କ ପ୍ରକାଶ

+୨ ପାଇଁ କଟ ଅଫ ମାର୍କ ପ୍ରକାଶ

ଭୁବନେଶ୍ୱର : ଯୁକ୍ତ ଦୁଇ ପାଇଁ ପ୍ରକାଶ ପାଇଛି ପ୍ରଥମ କଟ୍ ଅଫ୍ ମାର୍କ ଲିଷ୍ଟ ।ଆସନ୍ତା ୨୧ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁ ରହିବ ।କଳା, ବିଜ୍ଞାନ ଓ ବାଣିଜ୍ୟ ପାଇର୍ କଟଅଫ ଲିଟ ପ୍ରସ୍ତୁତ ହୋଇସାରିଛି ।

କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି ।୭୨.୫ ପ୍ରତିଶତ ସହ ରେଭେନ୍ସା ପ୍ରଥମରେ ରହିଛି । ରେଭେନ୍ସା ଜୁନିଅର କଲେଜ ପରେ ଦ୍ୱିତୀୟରେ ବିଜେବି କଲେଜ ରହିଛି । ବିଜେବି କଲେଜର କଟଅଫ ମାର୍କ ୭୧.୮୩% ରହିଛି ।ସେହିପରି ତୃତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି । ଏହି କଲେଜର କଟଅଫ ମାର୍କ ୬୭.୮୩% ପ୍ରତିଶତ ରହିଛି ।

ଅନ୍ୟପଟେ ବିଜ୍ଞାନରେ ମଧ୍ୟ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି । ବିଜ୍ଞାନ ପାଇଁ ୮୯% କଟଅଫ ରହିଛି ରେଭେନ୍ସା ଜୁନିଅର କଲେଜର । ଦ୍ୱିତୀୟରେ ବିଜେବି ଜୁନିଅର କଲେଜର ୮୮.୬% କଟଅଫ ମାର୍କ ରହିଛି । ୮୬.୬୭% ପ୍ରତିଶତ ସହ ତୃତୀୟରେ ରହିଛି ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର ।

ବାଣିଜ୍ୟରେ ୭୫.୮୩% ପ୍ରତିଶତ ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି । ସେହିପରି ରାଉରକେଲା ସରକାରୀ ଜୁନିଅର କଲେଜ ୭୫.୫% ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ବାଣିଜ୍ୟରେ ୭୪% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking