ହାଜତ ମୃତ୍ୟୁ: ପୁରୀରେ ବିଜେପି ରାଲି

ପୁରୀ: ବହୁ ଚର୍ଚ୍ଚିତ କେ. ଋମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାକୁ କେନ୍ଦ୍ର କରି ପୁରୀରେ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଛି । ଗୁଣ୍ଡିଚା ମନ୍ଦିରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଶୋଭାଯାତ୍ରା ବାହାରିଥିଲା । ଏହା ରାଲିରେ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସାମିଲ ହୋଇଥିଲେ । ଏହାଛଡା ବିଧାୟକ ଜୟନ୍ତ ଷଡଙ୍ଗୀ, ଏଲବି ମହାପାତ୍ର ବି ସାମିଲ ହୋଇଥିବା ସୂଚନା ମିଳିଛି । କଲେକ୍ଟୋରେଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି କର୍ମୀ । ପୂର୍ବରୁ ପୁରୀ କେ.ରମେଶ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ ଏନଏଚଆରସି ନୋଟିସ କରାଯାଇଥିଲା। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିଶନ। ଆଜି ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ତାଙ୍କ ଅପିଲକୁ ଏନଏଚଆରସି ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହିତ ମାମଲାର ନିରପକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଇଥିବା ସମ୍ବିତ କହିଥିଲେ। ଏହାର କିଛି ସମୟ ପରେ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଥିଲେ ଜାତୀୟ ମାନବାଧିକାର କମିଶନ।

LEAVE A REPLY

Please enter your comment!
Please enter your name here