34.1 C
Bhubaneswar
Friday, March 29, 2024
Homeଅପରାଧସାନ ନେଗୀକୁ ରିମାଣ୍ଡରେ ନେବ ପୋଲିସ, ମୁଳଉତ୍ପାଟନ କରାଯିବ କଫ୍ ସିରପ୍ ର‌୍ୟାକେଟ୍‌ର

ସାନ ନେଗୀକୁ ରିମାଣ୍ଡରେ ନେବ ପୋଲିସ, ମୁଳଉତ୍ପାଟନ କରାଯିବ କଫ୍ ସିରପ୍ ର‌୍ୟାକେଟ୍‌ର

 
ବଲାଙ୍ଗୀର,(ଦେବାଶିଷ ମିଶ୍ର) – ଭୁବନେଶ୍ୱରରୁ ନିଜର ଦୁଇ ସହଯୋଗୀଙ୍କ ସହିତ ଗିରଫ ହୋଇଥିବା ପଶ୍ଚିମ ଓଡିଶାର କଫ ସିରଫ ମାଫିଆ ସାନ ନେଗୀକୁ ଆଜି କୋର୍ଟ ଚାଲାଣ କରାଯିବ । ତେବେ ଆଜି ହିଁ ତାକୁ ଅଧିକ ପଚାରା ଉଚୁରା ପାଇଁ ରିମାଣ୍ଡରେ ଅଣାଯିବା ସହ ସାନକୁ ଆର୍ଥିକ ସହାୟତା ଯୋଗାଉଥିବା ସ୍ରୋତ ତଥା ଏହି କାରବାର ର ମୂଳ ପର୍ଯ୍ୟନ୍ତ ପହଞ୍ôଚ , ଏହାର ମୁଳ ଉତ୍ପାଟନ କରାଯିବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କବୋଲି ପୁଇଁନ୍ତଲା ଥାନାରେ ଅନୁଷ୍ଠିତ ହୋଇଥିବା ଏକ ସାାଂବିଦକ ସମ୍ମିନଳୀରେ ବଲାଙ୍ଗୀର ଏସପି ସନ୍ଦୀପ ମାଡକର ସୂଚନା ଦେଇଛନ୍ତି । କେବଳ ବଲାଙ୍ଗୀର ରେ ନୁହେଁ ବରଂ ପଶ୍ଚିମ ଓଡିଶାରେ ରହିଥିବା ସାନ ନେଗୀର ସମସ୍ତ ନେଟୱାର୍କ କୁ ଧ୍ୱସ୍ତ କରାଯିବ ବୋଲି ମଧ୍ୟ ଏସପି କହିଛନ୍ତି । ସାନ ସହିତ ଗିରଫ ହୋଇଥିବା ଅନ୍ୟ ଦୁଇଜଣ ହେଲେ ବଲାଙ୍ଗୀର ବରପାଲି ପଡାର ଅଜିତ କୁମାର ନନ୍ଦ ଓ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଫାରୁଖ ଖାନ । ସେମାନଙ୍କ ନିକଟରୁ ପୁଲିସ ସାନ ବ୍ୟବହାର କରୁଥିବା ଏକ ଇନୋଭା ଗାଡି , ୫୫ ହଜାର ୨୦୦ ଟଙ୍କା ନଗଦ ରାଶି ଓ ୪ ଟି ମୋବାଇଲ ଜବତ କରିଛି । ଏମାନଙ୍କ ସହଯୋଗରେ ସାନ ସମଗ୍ର ପଶ୍ଚିମ ଓଡିଶାରେ ବେଆଇନ ଭାବେ କଫ ସିରଫ କାରବାର ଚଳାଇ ଆସିଥିବା ପୋଲିସ କାହିଛି । ତେବେ କିଛି ମାସ ତଳେ ସାନର ଆଉ ଜଣେ ସହଯୋଗୀ ପ୍ରଶାନ୍ତ କ୍ଷେତୀ ୧୦ ହଜାର ବୋତଲ କଫ ସିରଫ ନେଇ ଆସୁଥିବା ବେଳେ ପୁଇଁନ୍ତଲା ନିକଟରେ ତାକୁ ଗିରଫ କରାଯାଇଥିଲା । ହେଲେ ସାନ କୌଣସି ପ୍ରକାରେ ଫେରାର ହୋଇ ଯାଇଥିଲା । ସେହି ମାମଲାରେ ସାନକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିଲା । ତେବେ ସାନ ଭୁବନେଶ୍ୱର ପାତ୍ରପଡାରେ ଏକ ଘର ଭଡା ନେଇ ରହୁଥିଲା । ତାର ମୋବାଇଲକୁ ଟ୍ରାକ କରି ପୁଲିସ ତାକୁ ଠାବ କରିଥିଲା । ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ଯାଇ ଦୁଇଦିନ ତଳେ ସାନ ଓ ତାର ଦୁଇଜଣ ସହଯୋଗୀଙ୍କୁ ବଲାଙ୍ଗୀର ଆଣି ପଚରା ଉଚୁରା କରିଥିଲା । ପଚରା ଉଚୁରା କରିବା ପରେ ଆଜି କୋର୍ଟ ଚାଲାଣ କରୁଛି । ସାଂବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଶ୍ରୀମନ୍ତ ବାରିକ , ଟାଉନଥାନା ଅଧିକାରୀ ସଂଗ୍ରମା ପଟ୍ଟନାୟକ , ସଦର ଥାନା ଅଧିକାରୀ ତୁଫାନ ବାଗ ଓ ପୁଇଁନ୍ତଲା ଥାନାଧିକାରୀ ଏସ.ରୁଦ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking