32.1 C
Bhubaneswar
Thursday, March 28, 2024
Homeଓଡିଶାତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କଲା ସଂସ୍କୃତି ବିଭାଗ

ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କଲା ସଂସ୍କୃତି ବିଭାଗ

ଭୁବନେଶ୍ୱର : ବିଗୁଡୁଛି ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା । କୋଭିଡରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ଚିକିତ୍ସିତ ହେଉଛନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର । ଏକ ଘରୋଇ ହସ୍ପିଟାଲରେ ତପୁ ମିଶ୍ରଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ତପୁଙ୍କୁ ଅନ୍ୟତ୍ର ତଥା ଉତ୍ତମ ଚିକିତ୍ସା ପାଇଁ କୋଲକାତା କିମ୍ବା ଚେନ୍ନାଇକୁ ସ୍ଥାନାନ୍ତର କରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି । ହେଲେ ଏଥିପାଇଁ ସାହାଯ୍ୟ ଲୋଡ଼ା ବୋଲି କହିଛନ୍ତି ଓଲିଉଡ଼ ଜଗତ । ଏହାରି ମଧ୍ୟରେ ସଂସ୍କୃତି ବିଭାଗ ତପୁ ଙ୍କ ଚିକିତ୍ସା ପାଇଁ କଳାକାର ପାଣ୍ଠି ରୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛି  ।

ତପୁ ମିଶ୍ରଙ୍କୁ ଏହି ବିପଦ ମୁହଁରୁ ରକ୍ଷା କରିବା ପାଇଁ ବହୁ ଓଲିଉଡ୍ କଳାକାର ସୋସିଆଲ ମିଡିଆରେ ନିବେଦନ କରିଛନ୍ତି । ତେବେ ଆପଣ ବି ଯଦି ତପୁ ମିଶ୍ରଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଫୋନ୍ ପେ (Phone Pe) ଓ ଗୁଗୁଲ ପେ (Google Pay) ନମ୍ବର ୯୯୩୭୭୧୯୧୧୮ ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୦୮୯୫୧୦୧୦୦୦୨୨୩୯୧ IFSC Code-UBIN0808954 ଯୋଗେ ସାହାଯ୍ୟ କରିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking