38.1 C
Bhubaneswar
Tuesday, April 23, 2024
Homeଓଡିଶାଉତ୍କଳ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା, ଧର୍ମାନୁଷ୍ଠାନ ପ୍ରବଶେ, ସବୁ ପର୍ବ ପର୍ବାଣୀ ଉପରେ ଲାଗିଲା...

ଉତ୍କଳ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା, ଧର୍ମାନୁଷ୍ଠାନ ପ୍ରବଶେ, ସବୁ ପର୍ବ ପର୍ବାଣୀ ଉପରେ ଲାଗିଲା କଟକଣା

ଭୁବନେଶ୍ୱର : କରୋନାର ପୁଣି ମାଡ଼ିବା ଆରମ୍ଭ କରିଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । ଏଥିରେ ଏପ୍ରିଲ୍ ୧ ଉତ୍କଳ ଦିବସରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ନକରିବା ପାଇଁ ନିର୍ଦ୍ଦେଶନାମା ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଉତ୍କଳ ଦିବସ ଓ ସେହିପରି କାର୍ଯ୍ୟକ୍ରମ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସମଗ୍ର ରାଜ୍ୟ ପାଇଁ ଏହି ନିୟମ ଲାଗୁ ହେବ । ଏ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଏପ୍ରିଲ୍ ୧ରେ ମାନ୍ୟତା ପାଇଥିଲା । ଏହି ଦିନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଇଆସୁଛି । ଏଥର କରୋନା କଟକଣା ପାଇଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମାବେଶ ନକରିବାକୁ ବାରଣ କରାଯାଇଛି । କେବଳ ସରକାରୀ ସଭା ଓ ଉତ୍ସବକୁ ଅନୁମତି ମିଳିଛି । କିନ୍ତୁ ଏହି କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ରୁ ଅଧିକ ଲୋକଙ୍କ ସମାବେଶ ହୋଇପାରିବ ନାହିଁ ବୋଲି କୁହାଯାଇଛି । କୋଭିଡ୍ କଟକଣା ଭିତରେ ପାଳନ କରାଯାଇପାରିବ । କୌଣସି ସରକାରୀ ସଂସ୍ଥା ବା ବେସରକାରୀ ସଂସ୍ଥା ଉତ୍କଳ ଦିବସ ପାଳନ କରିବାକୁ ଚାହିଁଲେ ସ୍ଥାନୀୟ ପ୍ରଶାସନ ବା ମ୍ୟୁନିସିପାଲ୍ କମିଶନରଙ୍କ ଠାରୁ ଅନୁମତି ନେବାକୁ ହେବ । ଏହି ନିୟମ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଏହାଛଡ଼ା ଧାର୍ମିକ କାର୍ଯ୍ୟକ୍ରମ ଓ ଧର୍ମାନୁଷ୍ଠାନରେ କେତେ ସଂଖ୍ୟକ ଭକ୍ତ ପ୍ରବେଶ କରିବେ ସେ ସମ୍ପର୍କରେ ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନର ନିଷ୍ପତି ନେବେ । ଚର୍ଚ୍ଚ, ମନ୍ଦିର, ଧାର୍ମିକସ୍ଥଳ ସମ୍ପର୍କରେ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ନିଷ୍ପତି ନେବା ପାଇଁ କ୍ଷମତା ଦିଆଯାଇଛି । ଏପରିକି ଗୁଡ୍‌ଫ୍ରାଇଡେ, ପଣାସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା, ଶ୍ରୀନାମନବମୀ ପ୍ରଭୃତି ଧାର୍ମିକ କାର୍ଯ୍ୟକ୍ରମରେ କୌଣସି ସାଂସ୍କୃତିକ ସମାବଶେ ହୋଇପାରିବ ନାହିଁ । ଏହି ନିୟମ ସମଗ୍ର ରାଜ୍ୟ ପାଇଁ ଲାଗୁ ହେବ ବୋଲି କୁହାଯାଇଛି । ହୋଲି, ବିହୁ, ସବ୍ ଏ ବରତ, ଇଦୁଲ୍ ଫିତର୍ ଭଳି କାର୍ଯ୍ୟକ୍ରମକୁ କଟକଣା ମଧ୍ୟରେ କରାଯାଇଛି । ବହୁ ସଂଖ୍ୟାରେ ଲୋକଙ୍କ ସମାବଶେକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking