26.1 C
Bhubaneswar
Friday, March 29, 2024
Homeଅପରାଧବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ରେ ଦୁର୍ଦ୍ଧାନ୍ତ ଅପରାଧୀ...

ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ରେ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ ଅସ୍ତ୍ରଶସ୍ତ୍ର ଜବତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପୋଲିସ ସେହି ଅଂଚଳର ଜଣେ ହାଡକୋର ଅସାମାଜିକ ବ୍ୟକ୍ତି ହେମନ୍ତ ସାହୁ (୨୦) ଙ୍କୁ ଜୀବନ୍ତ ବୋମା,ଗୁଳି ସମେତ ଦେଶୀ ବନ୍ଧୁକ, ଭୂଜାଲି ସହିତ ଗିରଫ କରିଥିବା କଳାହାଣ୍ଡି ପୋଲିସ ଏସପି ଙ୍କ ସୂତ୍ରରୁ ପ୍ରକାଶ । ଗତ ୨୦ ତାରିଖ ସକାଳେ ମ.ରାମପୁର ଥାନା ପୋଲିସ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ମୋହନଗିରି ପାଜିବାହାଲ ରାସ୍ତାରେ ଓଡି ୦୮ ଏମ ୩୬୩୨ ନମ୍ବର ବାଇକରେ ଜରିବସ୍ତାରେ କିଛି ଜିନିଷ ବାନ୍ଧି ଯାଉଥିବା ପାଇଥିଲେ । ଅଟକିବାକୁ କହିବାପରେ ସଂପୃକ୍ତ ବ୍ୟକ୍ତି ଦୃତ ଗତିରେ ପଳାଇଯାଉଥିବା ବେଳେ ପୋଲିସ ପକ୍ଷରୁ ତାକୁ କବଜା କରାଯାଇଥିବା ପ୍ରକାଶ । ସଂପୃକ୍ତ ହେମନ୍ତ ସାହୁଙ୍କ ନାମରେ ମ.ରାମପୁର ଥାନା, ଭବାନୀପାଟଣା ସଦର ଥାନା, ବାଲିଗୁଡା ଥାନା ରେ କେଶ ଥିବାର ଏବଂ ସେ ପୋଲିସର ୱାନଟେଡ ଥିବା ଜଣାପଡିଥିଲା । ସଂପୃକ୍ତ ହେମନ୍ତର ବାଇକରେ ଥିବା ବସ୍ତାରେ ଦେଶୀ ବନ୍ଧୁକ, ଗୁଳି, ବୋମା, ଭୂଜାଲି ତଥା ଦେଶୀ ପାଉଚ ମଦ ପୋଲିସ ଜବତ କରିବା ସହ ହେମନ୍ତକୁ ଗିରଫ କରିଥିବା ଜଣାପଡିଛି । ହେମନ୍ତର ନାମରେ ମ.ରାମପୁର ଥାନାରେ କେଶ ନଂ.୧୩୦/୨୦୨୧ ଆଇପିସି ଧାରା୩୪୧,୩୨୩,୩୭୯,୫୦୬,୩୪ ଧାରା, କେଶ ନଂ.୭୨/୨୦୨୦ ଆଇପିସି ୨୯୪,୩୨୩,୩୫୩,୫୦୬,୩୪ ଧାରା ତଥା ୨୫ ଅର୍ମସ ଆକ୍ଟ, ଭବାନୀପାଟଣା ଥାନା କେଶ ନଂ. ୯୧/୨୦୧୮ ଆଇପିସି ୪୫୭,୩୮୦ ଧାରା ଓ ବାଲିଗୁଡା ଥାନା କେଶ ନଂ.୧୪୬/୨୦୧୯ ଆଇପିସି ୪୫୨,୩୪୧,୩୨୩,୩୯୨,୩୯୪,୩୫୪,୫୦୬,୩୪ ଆଇପିସି ତଥା ୨୫,୨୭ ଆର୍ମସ ଆକ୍ଟ ଏବଂ ଚାର୍ଜ ସିଟ ନଂ. ୮୧ ତା.୨୬.୦୫ ୨୦୨୦ ରେ କେଶ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking