34.1 C
Bhubaneswar
Friday, March 29, 2024
Homeଅନ୍ୟାନ୍ୟ ପରୀକ୍ଷାଜୁଲାଇରେ ସିୟୁଇଟି : ମେ’ ୬ ଯାଏ ଆବେଦନ

ଜୁଲାଇରେ ସିୟୁଇଟି : ମେ’ ୬ ଯାଏ ଆବେଦନ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ଲାଗି କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ଜୁଲାଇରେ ଅନୁଷ୍ଠିତ ହେବ । ଏଥିପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମେ’ ୬ ପର୍ଯ୍ୟନ୍ତ ଚାଲିବ । ଆଗ୍ରହୀ ଛାତ୍ରଛାତ୍ରୀ ୱେବସାଇଟ୍ ମାଧ୍ୟମରେ ହିଁ କେବଳ ଆବେଦନ କରିପାରିବେ । ଅନ୍ୟ କୌଣସି ମୋଡ୍‌ରେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ । ଜଣେ ପ୍ରାର୍ଥୀ କେବଳ ଗୋଟିଏ ଥର ଆବେଦନ କରିପାରିବ । ତେଣୁ ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ଏନ୍‌ଟିଏ ୱେବସାଇଟ୍‌ରେ ଥିବା ଇନ୍‌ଫରମେସନ ବୁଲେଟିନ୍‌କୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି । ଆବେଦନପତ୍ରରେ ପ୍ରାର୍ଥୀମାନେ ନିଜ କିମ୍ବା ଅଭିଭାବକଙ୍କ ଇ-ମେଲ୍ ଆଇଡି ଓ ମୋବାଇଲ୍ ନମ୍ବର ଲେଖିବା ନିହାତି ଆବଶ୍ୟକ । ପ୍ରଥମ ଥର ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ । ସେଗୁଡ଼ିକ ହେଲା ଓଡ଼ିଆ, ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ । ପରୀକ୍ଷା ଲାଗି ଦେଶର ୫୪୭ଟି ସହର ସମେତ ବିଦେଶର ୧୩ଟି ସହରରେ ପରୀକ୍ଷା କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କଲମ୍ବୋ, ଦୋହା, ଦୁବାଇ, ଜାକର୍ତ୍ତା, କାଠମାଣ୍ଡୁ, କ୍ୱୁଲାଲମପୁର, କ୍ୱଏତ୍ ସହର, ମାନାମା, ଅବୁଜା, ମାସ୍କର୍ଟ, ରିୟାଦ, ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହେବ । ଦୁଇଟି ସ୍ଲଟରେ ପରୀକ୍ଷା କରାଯିବ । ପ୍ରଥମ ସ୍ଲଟ୍‌ରେ ୩ ଘଣ୍ଟା ୧୫ ମିନିଟ୍ ଓ ଦ୍ୱିତୀୟ ସ୍ଲଟ୍‌ର ଅବଧି ୩ ଘଣ୍ଟା ୪୫ ମିନିଟ୍ ରହିବ । କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମାଧ୍ୟମରେ ପରୀକ୍ଷା ହେବ, ଯେଉଁଥିରେ କେବଳ ମଲଟିପୁଲ୍ ଚଏସ୍ ପ୍ରଶ୍ନ ରହିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking