ଆଜିଠୁ କଟକରେ ସେରୋ ସର୍ଭେ

କଟକ: ଆଜିଠାରୁ ସହରରେ ସେରୋ-ସର୍ଭେ ଆରମ୍ଭ ହେବ। ଏଥିପାଇଁ ସିଏମ୍‌ସି ପକ୍ଷରୁ ପୂର୍ବପ୍ରସ୍ତୁତି ମୁତାବକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସହରର ୫୯ ୱାର୍ଡ ମଧ୍ୟରୁ ୨୫ଟି ୱାର୍ଡକୁ ମନୋନୀତ କରାଯାଇଛି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି), ଭୁବନେଶ୍ବର ଓ କଟକ ମହାନଗର ନିଗମ (ସିଏମସି)ର ମିଳିତ ସହଯୋଗରେ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୪ ଦିନ ଏହି କାର୍ଯ୍ୟକ୍ରମ କରାଯିବ। ସକାଳ ୮ଟାରୁ ୫ଟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବ। ଏଥିପାଇଁ ଆରଏମଆରସି ପକ୍ଷରୁ ୫ଟି ସର୍ଭେ ଦଳକୁ ସମ୍ପୃକ୍ତ ୱାର୍ଡ ଅଫିସର, ସାନିଟାରୀ ଇନ୍ସପେକ୍ଟର, ଆଶାକର୍ମୀ, ଏଏନଏମ୍ ପ୍ରମୁଖ ସହଯୋଗ କରିବେ। ସୂଚନାଯୋଗ୍ୟ ଯେ ୫ ଦିନରେ ୨୫ଟି ୱାର୍ଡରେ ସର୍ଭେ କରାଯିବ। ପ୍ରତି ୱାର୍ଡରୁ ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ସମୁଦାୟ ୧୫୦୦ ଲୋକଙ୍କ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଗର୍ଭବତୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ରକ୍ତ ନମୁନା ଓ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କଠାରୁ ସଂଗ୍ରହ କରାଯିବ। ଏହି ସର୍ଭେ ଦ୍ବାରା ଶରୀରରେ କେତେ ରୋଗ ପ୍ରତିରୋଧକ ସୃଷ୍ଟି ହୋଇଛି ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here