40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଶାରିରୀକ ସମ୍ବନ୍ଧ ପାଇଁ ସ୍ୱାମୀକୁ ଅନୁମତି ନଦେବା ନିଷ୍ଠୁରତା: ଆହ୍ଲାବାଦ ହାଇକୋର୍ଟ

ଶାରିରୀକ ସମ୍ବନ୍ଧ ପାଇଁ ସ୍ୱାମୀକୁ ଅନୁମତି ନଦେବା ନିଷ୍ଠୁରତା: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ସ୍ୱାମୀଙ୍କୁ ଅନୁମତି ନଦେବା କ୍ରୁରତା ଅଟେ । ବିନା କୌଣସି କାରଣରେ ଜୀବନସାଥୀଙ୍କ ସହ ଶାରିରୀକ ସମ୍ବନ୍ଧ ପାଇଁ ମନା କରିବା ନିଷ୍ଠୁରତା ସହ ସମାନ । ଯଦି ଦୀର୍ଘ ଦିନ ଧରି ସ୍ତ୍ରୀ ନିଜ ସ୍ୱାମୀଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରନ୍ତି ଏହାକୁ ମାନସିକ କ୍ରୁରତା କୁହାଯିବ । ଏକ ଛାଡପତ୍ର ମାମଲାର ବିଚାର କରି ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କକୁ ନେଇ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ବିଚାରପତି ସୁନୀତ କୁମାର ଏବଂ ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ବାରଣାସୀର ରବୀନ୍ଦ୍ର ପ୍ରତାପ ଯାଦବଙ୍କ ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟରେ ମାମଲାର ତଥ୍ୟ ଅନୁସାରେ, ୧୯୭୯ ମସିହାରେ ଆବେଦକାରୀ ରବୀନ୍ଦ୍ରଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ପତ୍ନୀଙ୍କ ବ୍ୟବହାର ଓ ଆଚରଣ ବଦଳି ଯାଇଥିଲା । ସ୍ୱାମୀଙ୍କ ସହ ଶାରିରୀକ ସମ୍ବନ୍ଧ ସ୍ଥାପନ କରିବାକୁ ସେ ଆଗ୍ରହୀ ହେଉନଥିଲେ । ଦୁଇ ଜଣ ଗୋଟିଏ ଛାତ ତଳେ ରହୁଥିଲେ ହେଁ ସେମାନଙ୍କ ଭିତରେ ବୈବାହିକ ଅଥବା ଶାରିରୀକ ସମ୍ପର୍କ ରହୁନଥିଲା । ସ୍ୱାମୀ ପତ୍ନୀଙ୍କୁ ରାଜି କରିବାକୁ ଅନେକ ପ୍ରଚେଷ୍ଟା କରିଥିଲେ । କିନ୍ତୁ ପତ୍ନୀ ଆଦୌ ରାଜି ହୋଇନଥିଲେ ଏବଂ ନିଜ ବାପଘରକୁ ଚାଲି ଯାଇଥିଲେ । ଏହାପରେ ୧୯୯୪ରେ ଗାଁ ପଞ୍ଚାୟତରେ ବୁଝାମଣା ହୋଇ ଦୁହେଁ ଅଲଗା ହୋଇଯାଇଥିଲେ ।

ସ୍ୱାମୀ ନିଜ ପତ୍ନୀଙ୍କ ଭରପୋଷଣ ପାଇଁ ୨୨ ହଜାର ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ମହିଳା ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିଥିଲେ । ତେଣୁ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ କହିଥିଲେ କିନ୍ତୁ ସେ କୋର୍ଟ ଯାଇନଥିଲେ । ଏହାପରେ ସ୍ୱାମୀ ବିବାହ ବିଚ୍ଛେଦ ପାଇଁ ବାରଣାସୀ ଫ୍ୟାମିଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟ ତାଙ୍କର ଆବେଦନ ଖାରଜ କରିଦେଇଥିଲେ । ଏହାପରେ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ । ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ବିବାହ ପରେ ଲମ୍ବା ସମୟ ଯାଏଁ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିଲେ । ବୈବାହିକ ସମ୍ପର୍କ ପ୍ରତି ପତ୍ନୀଙ୍କ କୌଣସି ସମ୍ମାନ ନଥିଲା । ସେ ନିଜର ଦାୟିତ୍ୱ ପାଳନ କରିବାକୁ ମନା କରିଦେଇଥିଲେ । ଏଥିରୁ ପ୍ରମାଣିତ ହେଉଛି ଯେ, ସେମାନଙ୍କର ବୈବାହିକ ସମ୍ପର୍କ ଭାଙ୍ଗି ଯାଇଛି । ତେଣୁ ଆବେଦନକାରୀଙ୍କ ଅନୁରୋଧ ଗ୍ରହଣ କରି ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking