31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଖଣ୍ଡଗିରିରେ ସାଧୁବାବାଙ୍କ ଭିଡ

ଖଣ୍ଡଗିରିରେ ସାଧୁବାବାଙ୍କ ଭିଡ

ଭୁବନେଶ୍ୱର : ମାଘମେଳା ପାଇଁ ଖଣ୍ଡଗିରିରେ ଭିଡ ଜମିଛି ସାଧୁବାବାଙ୍କର । ସାଧନା ପାଇଁ ଦେଶ ବିଦେଶରୁ ଅନେକ ତପସ୍ୱୀ ଏକତ୍ରିତ ହୋଇଛନ୍ତି । ଯଜ୍ଞ, ଆହୁତିରେ ପ୍ରକମ୍ପତ ହେଉଛି ଚର୍ତୁଦିଗ । ବିଭିନ୍ନ ରାଜ୍ୟରୁ ଆସି ପହଞ୍ଚିଛନ୍ତି ଶତାଧିକ ସାଧୁସନ୍ଥଃ । କାହାର ଗୋଟେ ଗୋଡ ନଥିବା ବେଳେ ସେ ତପସ୍ୟା କରୁଛନ୍ତି ଓ କିଏ ହାତ ନଥାଇ ମଧ୍ୟ ଡମ୍ବରୁ ବଜାଇ ସାଧନା ଜାରି ରଖିଛନ୍ତି ।

ଖଣ୍ଡଗିରି ମେଳାରେ ଶହ ଶହ ସାଧୁ ଏକାଠି ହୋଇ ଦେଶର ମଙ୍ଗଳ ପାଇଁ କରୁଛନ୍ତି ହୋମ , ଯଜ୍ଞ । ଯେତେଦିନ ଯାଏଁ ମାଘ ମେଳା ଚାଲିବ ସେତେଦିନ ଯାଏଁ ସାଧୁ ମାନେ ତପସ୍ୟା ଜାରି ରଖିବେ । ସମ୍ମୁଖରେ ଥବା ଝୁଲା ସହାୟତାରେ ଭୋଜନ କରି ସେହିପରି ତପସ୍ୟାରତ ଅଛନ୍ତି ଗୋଟେ ଗୋଡରେ ଛିଡା ହୋଇଥିବା ବାବା । କାଶୀ, ହରିଦ୍ୱାର, ଗୁଜୁରାଟ , ପଶ୍ଚିମବଙ୍ଗ ଆଦିରୁ ରାଜ୍ୟରୁ ସାଧୁମାନେ ଏହି ଖଣ୍ଡଗିରି ମେଳାକୁ ଆସିଛନ୍ତି । ସାଧୁ ମାନଙ୍କ ଠାରୁ ଆର୍ଶୀବାଦ ନେବା ପାଇଁ ଏଠାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking