ଯାଜପୁର ଜିଲ୍ଲାରେ ଧାନ ସଂଗହ ଡ଼ିସେମ୍ବର ମାସ ୨୦ରୁ

ଯାଜପୁର : ଯାଜପୁର ଜିଲ୍ଲାର ଧାନ ସଂଗହ ଆସନ୍ତା ଡ଼ିସେମ୍ବର ମାସ ୨୦ତାରିଖ ଠାରୁ ଆରମ୍ଭ ହେବ । ଗୁରୁବାର ଚଳିତ ବର୍ଷ ଖରିଫ ଧାନ ସଂଗହ ପାଇଁ ଧାନ ସଂଗହ କମିଟି ଅନୁଷ୍ଠିତ ହୋଇ ଥିଲା ଓ ଏହି କମିଟି ଗୌତମ ବୁଦ୍ଧ ସଂକୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାପାଳ କହିଲେ ଧାନ ସଂଗ୍ରହ ସଠିକ ଭାବେ ନିୟମ ଅନୁସାରେ ଅନୁପାଳନ ସହ ଚାଷୀ ମାନଂକୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ମିଲର ମାନେ ନିଦ୍ଧିଷ୍ଟ ଦିନ ଧାନ ଉଠାଇଵେ ମଣ୍ଡି ମାନଙ୍କ ରେ ଚାଷୀଙ୍କ ପାଇଁ ପାଣି, ଆଶ୍ରୟ ଵେବସ୍ତା, ଧାନ ସୁରକ୍ଷା ଵେବସ୍ତା ଓ ଆଲୋକ ଵେବସ୍ତା ମାନ ନିଛିନ୍ତ ଭାବରେ କରାଯିବ । ଚାଷୀ ମାନଂକୁ ଧାନ ପ୍ରଦାନ ନିମନ୍ତେ ଆଗରୁ ବିଭାଗୀୟ କର୍ତ୍ତୃ ପକ୍ଷ ମନେ ସୂଚନା ଦେବା ସହ
ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବେ । ଚଳିତ ବର୍ଷ ୪୩୮୧୧ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି । ଚାଷୀ ମାନଂକୁ ସଠିକ ସମୟରେ ଟୋକନ ଦିଆଯିବ ସଂଗେ ମିଲର ମାନେ ଠିକି ସମୟରେ ଧାନ ଉଠାଣ, ଚାଷୀ ମାନଂକୁ ଟୋକନ ଦେବାପରେ ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଂକୁ ଜିଲ୍ଲା ପାଳ ପରାମର୍ଶ ଦେଇଥିଲେ । ଚାଷୀ ମାନେ ଟୋକନ ପାଇ ଵାର ୩୦ଦିନ ମଧ୍ୟରେ ଧାନ ମଣ୍ଡିରେ ଦେଇ ପାରିବେ । ୧୨୨ଟି ପାକକ୍ସ ଓ ୧୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଟି ମାଧ୍ୟମ ରେ ଜିଲ୍ଲାରେ ୧୧୦୯୮୪ହେକଟର ଧାନ ଚାଷ ମଧ୍ୟ ରୁ ୨୩୯୮୭୭.୯୬ମାଟ୍ରିକ ଟନ ଧାନ ଉତ୍ପାଦନ ହେବାରଅନୁମାନ କରାଯାଇଛି । ପ୍ରଥମ ପର‌୍ୟ୍ୟକ୍ଷୟରେ ବଳକାଧାନ ମଧ୍ୟ୍ୟରୁ ୭୮୦୮୮୨.୩୬କୁଇଣ୍ଟଲ ଚାଷୀ ମାନଙ୍କ ଠାରୁ ସଂଗହ କରାଯିବ । ଜିଲ୍ଲା ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର ସ୍ୱଗତ ଭାଷଣ ଦେବ ସହ ସରକାର ଙ୍କ ଧାନ ସଂଗହର ଗାଇଡ଼ ଲାଇନ ଓ ନିୟମ ସମ୍ପର୍କରେ ସୂଚନା ଦେଇ ଥିଲେ । ଚାଷୀମାନେ ଯେପରି ଧାନ ଦେବା ବେଳ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବିଭାଗୀୟ କର୍ତ୍ତୃ ପକ୍ଷ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ମିହିରି ମହାନ୍ତି ।ପକଳଳ୍ପ ନିର୍ଦେଶକ ଇନ୍ଦ୍ର ମଣୀ ନାୟକ, ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଡିଆରସି ରୁଦ୍ର ପ୍ରସାଦ ଦାସ ଜିଲ୍ଲା ପରିସଦ ଅଧକ୍ଷ ନରେଶ ମହାନ୍ତି ଓ ମିଲର ଓ ଚାଷୀ ପ୍ରତିନିଧି ମାନେ ଅଲୋଚନା ରେ ଭାଗ ନେଇଥିଲ ।

LEAVE A REPLY

Please enter your comment!
Please enter your name here