40.1 C
Bhubaneswar
Thursday, April 25, 2024
Homeଓଡିଶାନଦୀ ପଠାରେ କୁମ୍ଭୀର; ଲୋକେ ଆତଙ୍କ

ନଦୀ ପଠାରେ କୁମ୍ଭୀର; ଲୋକେ ଆତଙ୍କ

ଯାଜପୁର: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ଗତକାଲି ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ମୁତାବକ ଗତକାଲି ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ ଦେଖିଥିଲେ। ପରେ ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଚାର ହୋଇଯାଇଥିଲା। କୁମ୍ଭୀରକୁ ଦେଖିବାକୁ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ। ପାଖାପାଖି ୫ ଫୁଟ ଲମ୍ବର ଏହି କୁମ୍ଭୀରଟି ବହୁ ସମୟ ଧରି ନଦୀ କୂଳରେ ରହିଥିଲା। ପରେ ଖବର ପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ କୁମ୍ଭୀରଟି ନଦୀ ଭିତରକୁ ଚାଲିଯାଇଥିଲା। ତେବେ କୁମ୍ଭୀରକୁ କାବୁ କରା ନଯିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ନଦୀ କୂଳକୁ ନ ଯିବା ପାଇଁ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ସେପଟେ କୁମ୍ଭୀରକୁ କାବୁ କରିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଯାଜପୁର ରୋଡ଼ ରେଞ୍ଜର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking