28.1 C
Bhubaneswar
Wednesday, April 24, 2024
Homeଓଡିଶାବୈତରଣୀ ନଦୀ ର ଦଶରଥ ପୁର ଅଞ୍ଚଳ ରେ କୁମ୍ଭୀର ଆତଙ୍କ

ବୈତରଣୀ ନଦୀ ର ଦଶରଥ ପୁର ଅଞ୍ଚଳ ରେ କୁମ୍ଭୀର ଆତଙ୍କ

ଯାଜପୁର : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ର ଦତ୍ତପୁର ପଂଚାୟତ ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ । ବାଲିପାଟଣା ଏବଂ ହେମନ୍ତପୁର ଗ୍ରାମ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳରେ ବୁଲୁଛି କୁମ୍ଭୀର। ଯାହାକୁ ନେଇ ଗ୍ରାମବାସୀ ଭୟବିତ ଅବସ୍ଥାରେ ।
ଦୁଇଦିନ ତଳେ ହେମନ୍ତପୁରରେ କୁମ୍ଭୀର ଦେଖାଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ପୁଣି ଆଜି ବାଲିପାଟଣା ଗାଁ ନିକଟରେ ଦେଖା ଦେଇଛି ଏହି କୁମ୍ଭୀର। ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି । ବନ୍ୟା ଜଳରେ କୁମ୍ଭୀରଟି ଚାଲି ଆସିଥିବା ଅନୁମାନ କରାଯାଉଛି। ତୁରନ୍ତ ଏହି କୁମ୍ଭୀରକୁ ଧରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଦଶରଥ ପୁର ର ଦୁଇ ଟି ଘାଇ ଅଞ୍ଚଳ ରୁ ବନ୍ୟା ଜଳ ବିଲ ବାଡି ରେ ପ୍ରବେଶ କରିଛିl ଦଶ ରଥ ପୁର ଓ ବିଂଝାରପୁର ର ତଳି ଅଞ୍ଚଳ ରୁ ବନ୍ୟା ଜଳ ଛାଡି ନାହଁ l ଅନେକ ଗ୍ରାମ ପାଣି ଘେର ରେ ରହିଛି l ଗ୍ରାମ ରେ ବନ୍ୟା ଜଳ ପ୍ରବେଶ କରି ଥିବା ରୁ ନଳ କୂପ ଅଂଚଳ ହୋଇପଡିଛି କୂଅ ପୂଖରୀ ର ବନ୍ୟା ଜଳ ପଶି ପାଣି ଦୂଷିତ ହୋଇ ଯାଇଛି l ଦଶରଥ ପୁର ବହୁ ଗ୍ରାମ ପାନୀୟ ଜଳ ପିଇବା ପାଇଁ ହତ ସନ୍ତ ହେଉଛନ୍ତି ବନ୍ୟା ଅଞ୍ଚଳ ରେ ପାନୀୟ ଜଳ ଘୋର ଅଭାବ ଦେଖା ଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking