34.1 C
Bhubaneswar
Thursday, March 28, 2024
Homeଓଡିଶାରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ

ରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ

ଭୁବନେଶ୍ୱର : ରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡାରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । କାର୍‍ ଓ ବାଇକକୁ ମଧ୍ୟ ଛାଡ଼ିନଥିଲେ । ଦୁର୍ବୃତଙ୍କ ଆତଙ୍କରାଜ ଯୋଗୁଁ କଲୋନୀବାସୀ ଏକ ପ୍ରକାର ଭୟଭୀତ ହୋଇପଡ଼ିଥିଲେ । ଦୁର୍ବୃତ୍ତମାନେ ଗୋଟିଏ କାର୍‍ ଓ ୧୦ରୁ ଊର୍ଦ୍ଧ୍ୱ ବାଇକ୍‍ ଭାଙ୍ଗି ଦେଇଛନ୍ତି । ଏନେଇ ଦୁର୍ଗାପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ପ୍ରଶାନ୍ତ ସାହୁ ନାମକ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି । ଅଟକ ଯୁବକ ଜଣକ ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଫେରାର ଅପରାଧୀଙ୍କୁ ଧରିବାକୁ ଚଢ଼ଉ ଜାରି ରହିଥିବା ଥାନାଧିକାରୀ ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ରାଜଧାନୀରେ ଲକଡ଼ାଉନ୍ ଓ ସଟଡାଉନ୍ ଚାଲିଥିବା ସମୟରେ ପୁଲିସର କଡ଼ାକଡ଼ି ଚେକିଂ, ବ୍ଳକିଂ ଓ ପାଟ୍ରୋଲିଂ ଜାରି ରହିଛି । ଏହା ଭିତରେ ପୁଲିସକୁ ଖାତିର ନକରି ଦୁର୍ବୃତ୍ତମାନେ ମଦ୍ୟପାନ କରି ବିଳମ୍ବିତ ରାତିରେ ବିଭିନ୍ନ ଅଞ୍ଚଳର ଗଳିକନ୍ଦିରେ ପସି ଲୁଟ୍‌, ଡକାୟତି, ନିଶା କାରବାର, ଭଙ୍ଗାରୁଜା ଭଳି ଆତଙ୍କରାଜ ଚଳାଉଛନ୍ତି । ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଗଣ୍ଡମୁଣ୍ଡା ଅଞ୍ଚଳରେ ଲୋକମାନେ ନିଜ ଘର ଆଗରେ କାର୍ ଓ ବାଇକ ରଖି ଶୋଇଥିଲେ । ଏହି ସମୟରେ କେତେକ ଦୁର୍ବୃତ୍ତ ବାଇକ୍‌ରେ ଆସି ଖଣ୍ଡା, ଭୁଜାଲି, ହକିଷ୍ଟିକ୍ ଧରି ଅଞ୍ଚଳରେ କିଛି ସମୟ ଗାଳିମନ୍ଦ କରି ହୋ-ହହ୍ଲା କରିଥିଲେ । ଏହାସହ ରାସ୍ତାରେ ଥିବା ୧୦ରୁ ଊର୍ଦ୍ଧ୍ୱ ବାଇକ, କାରକୁ ଭାଙ୍ଗି ଚୁରମାର କରି ସେଠାରୁ ଫେରାର ହୋଇଯାଇଥିଲେ । ଏଭଳି ଦୁର୍ବୃତ୍ତଙ୍କ ଆତଙ୍କରାଜ ସମୟରେ ଲୋକେ ବାହାରକୁ ଆସି ଘଟଣା ଦେଖୁଥିଲେ ମଧ୍ୟ କେହି ଘରୁ ବାହାରିବାକୁ ସାହାସ କରିନଥିଲେ । ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଚାଲିଗଲା ପରେ କାର ଓ ବାଇକ ଭାଙ୍ଗିଥିବା ଲୋକେ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।

ଫୁଟେଜ୍ ଆଧାରରେ ଜଣଙ୍କୁ ଚିହ୍ନଟ କରି ଅଟକ ରଖିଥବାବେଳେ ଅନ୍ୟମାନେ ଫେରାର୍ ଅଛନ୍ତି । ଏହି ଘଟଣାରେ ୧୦ଜଣ ଅଭିଯୁକ୍ତ ରହିଥିବା ଅଭିଯୋଗକାରୀ ଦୁର୍ଗାପ୍ରସାଦ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଅଟକ ଅଭିଯୁକ୍ତ ପ୍ରଶାନ୍ତ ସାହୁ କହୁଛି ଆମେ ୫ ଜଣ ରହିଥିଲୁ । ସେ ଆମକୁ ପୂର୍ବରୁ ଗାଳିମନ୍ଦ କରି ଧମକ ଚମକ ଦେଇଥିଲେ । ଏନେଇ ଆମେ ଗତ ରାତିରେ ତାଙ୍କ ଘର ଆଗକୁ ଯାଇ ତାଙ୍କ ଗାଡି ଭାଙ୍ଗିବାକୁ ଚେଷ୍ଟା କରିଥିଲୁ । ହେଲେ ଭୁଲବଶତଃ ଅନ୍ୟ ଗାଡି ଗୁଡିକୁ ଆମେ ରାଗରେ ଭାଙ୍ଗିଦେଇଛୁ ବୋଲି ଅଭିଯୁକ୍ତ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking