27.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନ ଛାତ୍ର ବିଜେଡି ସଭାପତିଙ୍କ ଗୁଣ୍ଡାରାଜ

ଭୁବନ ଛାତ୍ର ବିଜେଡି ସଭାପତିଙ୍କ ଗୁଣ୍ଡାରାଜ

ଢେଙ୍କାନାଳ :  ଭୁବନ ବ୍ଳକ ଛାତ୍ର ବିଜେଡି ସଭାପତି ବୁବୁନା ବେହେରାଙ୍କ ବିରୋଧରେ ମାଡ ଗୋଡ଼ ଓ ହତ୍ୟା ଧମକର ଅଭିଯୋଗ ଆସିବାପରେ ପୋଲିସ ଚୁପ ହୋଇ ବସିଛି । ଗତ ୩୦ ତାରିଖ ଦିନ ଭୁବନ ୧୧ନମ୍ବର ୱ।ର୍ଡ଼ର ନାବାଳକ ତନ୍ମୟ କୁମାର ସାହୁଙ୍କୁ ବୁବୁନା ତାଙ୍କ ସାଙ୍ଗ ମାନଙ୍କ ସହିତ ମିଶି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ତନ୍ମୟଙ୍କୁ ମାଡ ମାରି ଅଚେତ କରି କୁଅରେ ପକେଇ ଦେବାପାଇଁ ଉଦ୍ୟମ କରୁଥିବାବେଳେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏ ସମ୍ବଦ୍ଧରେ ତନ୍ମୟ ଭୁବନ ଥାନରେ ଅଭିଯୋଗ କରିଥିଲେ। ଭୁବନ ପୋଲିସ ବୁବୁନାଙ୍କ ନାମରେ ଏକ ମାମଲା ରୁଜୁ କରି ଚୁପ ହୋଇ ବସି ପଡିଛି। ଭୁବନ ପୋଲିସର ନିରବତାରୁ ପରିବାର ଲୋକ ନ୍ୟାୟ ପାଇବାର ଆଶା ହରାଇ ବସିଛନ୍ତି । ତେଣୁ ଆଜି ପରିବାର ଲୋକ ଆସି ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking