29.1 C
Bhubaneswar
Thursday, October 6, 2022
Homeଅପରାଧଦୁଷ୍କର୍ମ କରିବାରେ ଅସଫଳ ହେବାରୁ ଯୁବତୀଙ୍କୁ ଦଶ ମହଲାରୁ ଠେଲିଲା କାରୋଡ଼ ପତିର ପୁଅ

ଦୁଷ୍କର୍ମ କରିବାରେ ଅସଫଳ ହେବାରୁ ଯୁବତୀଙ୍କୁ ଦଶ ମହଲାରୁ ଠେଲିଲା କାରୋଡ଼ ପତିର ପୁଅ

କାନପୁର :ଉତ୍ତର ପ୍ରଦେଶ ର କାନପୁର ରେ ଏକ ୧୯ ବର୍ଷିୟା ଯୁବତୀ ଦଶ ମହଲାରୁ ଡେଇଁ ମୃତ୍ୟୁ ବରଣ କରିଥିବା ର ମାମଲା ରୁଜୁ ହୋଇଛି । ଯୁବତି ଜଣକ ଏକ କୋଟିପତି ବ୍ୟବସାୟୀ ଙ୍କ ଘରେ କାମ କରୁଥିଲା । ଯୁବତୀ ଙ୍କ ର ପୋଷ୍ଟର୍ମଟମ ରିପୋର୍ଟ ଆସିବା ପରେ ସତ ସାମ୍ନାକୁ ଆସିଛି । ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବାପରେ ପୁଲିସ ବ୍ୟବସାୟୀ ଏବଂ ତାଙ୍କ ପୁଅ କୁ ଗିରଫ କରିଛି ।
ବାସ୍ତବରେ , ମଙ୍ଗଳବାର ସନ୍ଧ୍ୟା ୭ ଟାରେ କାନପୁର ସହର ର ଗୁଲମୋହର କୋଠା ତଳେ ୧୯ ବର୍ଷିୟା ଯୁବତୀ ର ଶବ ମିଳିଛି । ଯୁବତୀ ଜଣକ ୧୦ ମହଲାରେ ରହୁଥିବା ପ୍ରତିକ ର ପ୍ରାଇଭେଟ ସେକ୍ରେଟାରୀ ଭାବରେ କାମ କରିବା ପାଇଁ ଦୁଇ ଦିନ ପୂର୍ବରୁ ଆସିଥିଲା । ପ୍ରତୀକ ର ବିବାହ ବିଚ୍ଛେଦ ହୋଇଥିଲା  । ଯୁବତୀ ଟି ର ମୃତ୍ୟୁ ପରେ ସେ କହିଛି ଯେ ,ସେ କୋଠାରୁ ଡେଇଁ ଆତ୍ମହତ୍ୟା କରିଛି । କିନ୍ତୁ ମୃତକର ପରିବାର ଲୋକ ,ଦୁର୍ଷ୍କମ ଏବଂ ପରେ ହତ୍ୟା କରା ଯାଇଛି ବୋଲି ଅଭିଯୋଗ କରିଛନ୍ତି ।
ଏହି ଘଟଣା ପରେ ପୁଲିସ ସେହି ରାତି ରେ ହିଁ ପ୍ରତିକ ଏବଂ ତା ବାପା ଙ୍କୁ ତାଙ୍କ ଘରୁ  ଗିରଫ କରିଛି । ଏହାପର ଦିନ ତିନି ଜଣ ଡକ୍ଟର  ଯୁବତୀ ଟି ର ପୋଷ୍ଟର୍ମଟମ କରିଥିଲେ । ପୁଲିସ କମିଶନର ଅସୀତ ଅରୁଣ ସାମ୍ବାଦିକ ସମିଳନୀ ରେ କହିଛନ୍ତି ଯେ ଅଭିଯୁକ୍ତ ଜଣକ ସେ ଯୁବତୀ ସହିତ ଦୁର୍ଷ୍କମ କରିବା କୁ ଚେଷ୍ଟା କରିଛି । ବ୍ୟବଚ୍ଛେଦ ରିପୋର୍ଟ ରେ ସ୍ପଷ୍ଟ ସୂଚନା ନ ମିଳିବାରୁ ତାର ସ୍ଲାଇଡ କୁ ତଦନ୍ତ ପାଇଁ ପଠା ଯାଇଥିଲା । ଯେଉଁଥିରେ ମୃତକର ପ୍ରାଇଭେଟ ପାର୍ଟରେ କ୍ଷତ ଚିହ୍ନ ଥିବା ଜଣା ପଡିଛି । ଏହାସହିତ ହାତରେ ସିଗାରେଟ ରେ ଦାବିବା ଚିହ୍ନ ବି ରହିଛି ହାତ ଗୋଡ ଓ ମୁଣ୍ଡ ହାଡ ଭାଙ୍ଗିଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking