34.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ବଢିଛି ଅପରାଧ

ରାଜ୍ୟରେ ବଢିଛି ଅପରାଧ

ଭୁବନେଶ୍ୱର : ରାଜ୍ୟରେ ୨୦୧୯ ତୁଳନାରେ ଅପରାଧ ୧୦ ପ୍ରତିଶତ ଅଧିକ ବଢିଛି । ହତ୍ୟା, ବଳତ୍କାର,ଦଙ୍ଗା ଏବଂ ସିନ୍ଧି ଚୋରୀ ଅଧିକ ବଢିଛି । ଗତବର୍ଷ ୧ଲକ୍ଷ ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିଲା ବୋଲି ଗୃହ ବିଭାଗର ଷ୍ଟାଡିଙ୍ଗ କମିଟିର ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେବେ ୨୦୨୦ରେ ଲକ୍ ଡାଉନ ଓ ସଟ୍ ଡାଉନ ଯୋଗୁଁ ମାସ ମାସ ଧରି ଲୋକେ ଘରେ ରହିଥିଲେ । ଏହା ସତ୍ୱେ ବଳତ୍କାର, ହତ୍ୟା ଓ ସିନ୍ଧି ଚୋରୀ ବଢିଛି ଓ ଦୁର୍ଘଟଣା କମିଛି   ବୋଲି ରିପୋର୍ଟ କହୁଛି । ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୨୦ରେ ୧୪୭୦ ଟି ହତ୍ୟା, ୫୧୪ ଟି ଡକାୟତି, ୪୫୦୦ ସିନ୍ଧି ଚୋରି, ୧୦,୪୧୨ ଚୋରୀ,୨୯୮୪ ବଳାତ୍କାର, ୯,୭୧୭ ଟି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସେହିପରି ଏନଡିପିଏସ ମାମଲାରେ ଓଡିଶା ପୋଲିିସ ୧୦୦୦ରୁ ଅଧିକ ମାମଲା ରୁଜୁ କରି ୧୮୦୦ ଜଣଙ୍କୁ ଗିରଫ କରିଥିଲା । ଏହି ଅଭିଯୁକ୍ତ ମାନଙ୍କ ଠାରୁ ୧୩୭୪ କୁଇଣ୍ଟାଲା ଗଞ୍ଜେଇ, ୩୪ କିଲୋ ବ୍ରାଉନ ସୁଗର ଜବତ କରିଛି ପୋଲିସ । ତେବେ ଗଞ୍ଜେଇ ଜବତ କରିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking