27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବଢିଲା ଆକାଶ ପାଠକଙ୍କ ଅଡୁଆ। ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ରିମାଣ୍ଡରେ ଯିବେ । ତେବେ ଆସନ୍ତକାଲିଠାରୁ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି । ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଥିବା ଜଣାଯାଇଛି । ଏହି ରିମାଣ୍ଡ ଜେରା ଦ୍ୱାରା ବହୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ମିଳିପାରିବ ବୋଲି ଆଶା କରାଯାଉଛି । ଠକେଇ ଅଭିଯୋଗକୁ ନେଇ ବିଭିନ୍ନ ଦିଗରୁ ତାଙ୍କୁ  କ୍ରାଇମବ୍ରାଞ୍ଜ ଜେରା କରିବ ବୋଲି ଅନୁମାନ କରାଯାଉଛି।

ସୂଚନା ଯୋଗ୍ୟ,  ନିଲମ୍ବିତ ଆଇଏଫ୍‌ସି ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୁଣି ମିଳିଥିଲା ୧ କୋଟି ୨୮ ଲକ୍ଷ ଟଙ୍କା। ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ମିଳିଥିଲା। ଆକାଶ ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ଜମା ହୋଇଥିବାବେଳେ ତା’ମଧ୍ୟରୁ ୧୦ କୋଟି ୭୬ ଲକ୍ଷ ଟଙ୍କା ନଗଦ ଆକାରରେ ଜମା ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଏହାବାଦ୍ ଆକାଶ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କରେ ଆକାଉଣ୍ଟ ଥିବା ସହ ଇନସ୍ୟୁରାନ୍ସ ପଲିସି ମଧ୍ୟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking