34.1 C
Bhubaneswar
Thursday, April 25, 2024
Homeବଲିଉଡକ୍ରାଇମବ୍ରାଞ୍ଚ ହାତରେ ୭୦ଟି ପର୍ଣ୍ଣ ଭିଡିଓ

କ୍ରାଇମବ୍ରାଞ୍ଚ ହାତରେ ୭୦ଟି ପର୍ଣ୍ଣ ଭିଡିଓ

ମୁମ୍ବାଇ : ଦିନକୁ ଦିନ ବିବାଦ ଘେରକୁ ଠେଲି ହୋଇଯାଉଛନ୍ତି ରାଜ୍ କୁନ୍ଦ୍ରା । ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର ଏବଂ ୭୦ଟି ପର୍ଣ୍ଣ ଭିଡିଓ । ୟୁକେର ପ୍ରଯୋଜନା କମ୍ପାନୀ କେନରିନ୍‌କୁ ପଠାଯାଇଥିବା ଭିଡିଓ ବାବଦରେ କିଛି ଜାଣିନାହାଁନ୍ତି ବୋଲି କହିଛନ୍ତି ରାଜ କୁନ୍ଦ୍ରା। ତେବେ ତାଙ୍କ ଘରୁ ଜବତ ହୋଇଥିବା ସର୍ଭରକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ଯେ, ୟୁକେ କମ୍ପାନୀକୁ ପଠାଯାଇଥିବା ଭିଡିଓ ଏହି ସର୍ଭରରୁ ପଠାଯାଇଛି କି ନାହିଁ । ବର୍ତ୍ତମାନ ରାଜ କୁନ୍ଦ୍ରା ଏବଂ ଉମେଶ କାମତ ପୋଲିସ ହେପାଜତ ରେ ଅଛନ୍ତି ।

ରାଜକୁନ୍ଦ୍ରା ମୁମ୍ବାଇରେ ଚଳାଇଥିବା ପର୍ଣ୍ଣ ଦୁନିଆର ଥିଲେ କିଙ୍ଗ୍ । ବଡ଼ ବଡ଼ ଚଳଚିତ୍ରରେ ଅଭିନୟ କରାଇବା ପାଇଁ ଯୁବତୀଙ୍କୁ ପ୍ରଲୋଭିତ କରାଇ ତିଆରି କରୁଥିଲେ ଅଶ୍ଳୀଳ ଚଳଚିତ୍ର । ଏବଂ ତାକୁ ନେଇ ପର୍ଣ୍ଣ ସାଇଡିରେ କରୁଥିଲେ ଅପଲୋଡ଼। ଏଭଳି ଅଶ୍ଚର୍ଯ୍ୟପୂର୍ଣ୍ଣ ତଥ୍ୟ ଦେଇଛି ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍। ସେପଟେ ତଦନ୍ତ ଜାରି ରହିଥିବା ବେଳେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ପୋଲିସ ସ୍ପଷ୍ଟ କରିଛି । ରାଜ କୁନ୍ଦ୍ରାଙ୍କର ‘ହଟିଟ୍ ମୁଭିସ୍’ ନାମକ ଏକ ଆପ୍ ରହିଛି। ଯେଉଁଥିରେ କେବଳ ଅଶ୍ଳୀଳ ଭିଡିଓ ହିଁ ଅପଲୋଡ୍ କରାଯାଇଛି। କୁହାଯାଉଛି ଯେ, ନ୍ୟୁକମରଙ୍କୁ ନେଇ ତିଆରି ଅଶ୍ଲୀଳ ଫିଲ୍ମ ଏହି ଆପରେ ଅପଲୋଡ୍ ହେଉଥିଲା । ଆଉ ଏଥିରୁ ରାଜ୍ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking