29.1 C
Bhubaneswar
Wednesday, April 24, 2024
Homeଓଡିଶାଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ଓସିଏ ଭିଜନ ୨୦୨୪ : ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ଜୁନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଷଷ୍ଠ ଦିବସରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ଏଲ୍‌ସିଏ ପାଟଣାଗଡ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ବିନିମୟରେ ୩୩୪ ରନ ସଂଗ୍ରହ କରିଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ପ୍ରତ୍ୟୁଷ ନାଗ ସର୍ବାଧିକ ୬୨ ରନ, ପୃଥ୍ୱୀରାଜ ସ୍ୱାଇଁ ୫୧ ରନ୍‌, ଯୋଗେଶ୍ୱର ବାଗ ୪୩ ରନ୍ ଓ ଆଶୁତୋଷ ମିଶ୍ର ୪୩ ରନ ସଂଗ୍ରହ କରିଥିଲେ । ଏଲ୍‌ସିଏ ପାଟଣାଗଡ ଦଳ ତରଫରୁ ସଫଳ ବଳ ଭାବରେ ସତିଶ ସୁନା ଓ ରାଘବ ଅଗ୍ରୱାଲ ଉଭୟରେ ୨ ଗୋଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଏଲସିଏ ପାଟଣାଗଡ ଦଳ ୪୧ ଓଭରରେ ସମସ୍ତ ଓି୍ୱକେଟ ହରାଇ ୧୪୮ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚକୁ ୟଙ୍ଗ ଷ୍ଟୁଡେଣ୍ଟ ଦଳ ୧୮୬ ରନ୍ ର ବ୍ୟବଧାନରେ ବିଜୟୀ ଲାଭ କରିଥଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ସଫଳ ବୋଲର ଭାବରେ ଲିପୁନ ପୁଟେଲ ୩ ଗୋଟି, ଯୋଗେଶ୍ୱର ବାଗ, ସୁଭମ ମେହେର ଓ ଓମ୍ ପ୍ରକାଶ ପଣ୍ଡା ୨ଟି ଓି୍ୱକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ବିଶ୍ୱମ୍ବର ମହାକୁଡ ପରିଚାଳନା କରିଥିବା ବେଳେ ସ୍ୱାଗତ ତ୍ରିପାଠି, ଜଗପତି ନାୟକ ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking