37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶହୃଦଘାତ ଆସିବା ପରେ ହସ୍ପିଟାଲ୍ ରେ ଭର୍ତି ହେଲେ କପିଳ ଦେବ

ହୃଦଘାତ ଆସିବା ପରେ ହସ୍ପିଟାଲ୍ ରେ ଭର୍ତି ହେଲେ କପିଳ ଦେବ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହାରେ ଭାରତକୁ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତାଇଥିବା କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ବର୍ତ୍ତମାନ ସମୟରେ କପିଲ ଦେବଙ୍କ ବିଷୟରେ ମେଡିକାଲରୁ ତାଜା ଅପଡେଟ ଆସିଛି । ମିଡିଆ ରିପୋର୍ଟ ମୁତାବକ, ‘ବର୍ତ୍ତମାନ କପିଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏବଂ ତାଙ୍କୁ କିଛି ଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ କରାଯିବ ।’ କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ୧୯୮୩ରେ ଇଂଲାଣ୍ଡରେ ଅନୁଷ୍ଠିତ ବିଶ୍ବକପ କ୍ରିକେଟରେ ବିଶ୍ବ ଚାମ୍ପିୟନ ହୋଇଥିଲା । ତାଙ୍କ ଅଧିନାୟକତ୍ବରେ ଏକ ଯୁବ ଭାରତୀୟ ଦଳ ସେତେବେଳର ଦୁର୍ଦ୍ଧଷ ଓ୍ବେଷ୍ଟଇଣ୍ଡିଜ ଦଳକୁ ହରାଇ ସମଗ୍ର କ୍ରୀଡ଼ାଜଗତକୁ ଚମକାଇ ଦେଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking