28.1 C
Bhubaneswar
Thursday, March 28, 2024
Homeଓଡିଶାସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ କରିବା ଦଣ୍ଡନୀୟ ଅପରାଧ : ଓଡ଼ିଶା ପୋଲିସ

ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ କରିବା ଦଣ୍ଡନୀୟ ଅପରାଧ : ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ସୋସିଆଲ ମିଡ଼ିଆ ଏହାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ତେବେ ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ କରିବା ଦଣ୍ଡନୀୟ ଅପରାଧ। ଏଥିପାଇଁ ଆପଣ ଜେଲ୍ ମଧ୍ୟ ଯାଇ ପାରନ୍ତି। ଏନେଇ ସୂଚାଇ ଦେଇଛନ୍ତି ଓଡ଼ିଶା ପୋଲିସ। ଟୁଇଟର, ଫେସବୁକ୍, ଇନଷ୍ଟାଗ୍ରାମ ଇତ୍ୟାଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କାହାର ନକଲି ପ୍ରୋଫାଇଲ୍ ତିଆରି କରିବା ସାଇବର ଅପରାଧ ଏବଂ ଦଣ୍ଡନୀୟ ଅପରାଧ। ଏଭଳି ଆପରଧକୁ ନେଇ ଲୋକେ ନିକଟସ୍ଥ ସାଇବର ପୋଲିସ୍ ଷ୍ଟେସନରେ କିମ୍ବା ଅନ୍ଲାଇନ୍ ମାଧ୍ୟମରେ http://cybercrime.gov.in ରେ ମାମଲା ଦାୟର କରିପାରିବେ।

ଶନିବାର ଓଡ଼ିଶା ପୋଲିସ ପକ୍ଷରୁ ଟୁଇଟ କରି ଲୋକମାନଙ୍କୁ ସଚେତନ କରାଯାଇଛି। ତେବେ ଏହି ବିଷୟରେ ସଚେତନ ସାବଧାନ ରହିବା ଏବଂ ସାଇବର ଅପରାଧୀଙ୍କ ଠାରୁ ସୁରକ୍ଷିତ ରହିବାକୁ କୁହାଯାଇଛି। ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ସମୟରେ ଲୋକେ ଇ-କମର୍ସ କମ୍ପାନୀ ମାନଙ୍କର ଲୋଭନୀୟ ଅଫରରେ ଅନେକ ଜିନିଷ ଅନଲାଇନରେ କିଣାକିଣି କରୁଛନ୍ତି। ଯେଉଁଥିରେ କୋଟି କୋଟି ଟଙ୍କାର କାରବାର ହେଉଛି। ଏହାକୁ ନଜରରେ ରଖି ସାଇବର ଅପରାଧୀମାନେ ବର୍ତ୍ତମାନ ସକ୍ରିୟ ହୋଇଉଠିଛନ୍ତି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କୌଶଳ କରି ସାଇବର ଲୁଟେରାମାନେ ଠକିବାକୁ ଚେଷ୍ଟା କରୁଛନ୍ତି।

ସମାନ ସମୟରେ ବିଭିନ୍ନ ପ୍ରତିଷ୍ଠିତ ଏବଂ ବ୍ୟବସାୟ ପ୍ରତିଷ୍ଠାନ ନାମରେ ନକଲି ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲି ଗ୍ରାହକ ମାନଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନଜରରେ ରଖି ଓଡ଼ିଶା ପୋଲିସ ସାଧାରଣ ଜନତାଙ୍କୁ ସତର୍କ କରିବା ସହ ଏଭଳି ଅପରାଧ ବିରୁଦ୍ଧରେ ମାମଲା ପଞ୍ଜିକରଣ କରିବାକୁ ଲୋକଙ୍କୁ କହିଛନ୍ତି। ସମୟ ସମୟରେ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ଉପାୟରେ ସୋସିଆଲ ମିଡିଆରେ ଲୋକମାନଙ୍କୁ ସଚେତନ କରାଇଥାଏ। ପୂର୍ବରୁ ମଧ୍ୟ ପୋଲିସ୍ ର ଏପରି ପ୍ରୟାସ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking