27.1 C
Bhubaneswar
Thursday, April 25, 2024
Homeଓଡିଶାସି.ପି.ଆଇ.(ଏମ୍‌) ଓଡିଶା ରାଜ୍ୟ ପ୍ରତିନିଧି ଦଳର ବନ୍ୟାଞ୍ଚଳ ଗସ୍ତ

ସି.ପି.ଆଇ.(ଏମ୍‌) ଓଡିଶା ରାଜ୍ୟ ପ୍ରତିନିଧି ଦଳର ବନ୍ୟାଞ୍ଚଳ ଗସ୍ତ

ପ୍ରତି ପରିବାରକୁ ୨୦୦୦ଟଙ୍କା ଏବଂ ୧ କୁଇଣ୍ଟାଲ ଚାଉଳ ପାଇଁ ଦାବି
ଭୁବନେଶ୍ୱର : ସି.ପି.ଆଇ. (ଏମ୍‌) ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଗତକାଲି କଣାସ ବ୍ଳକର ପାଣ୍ଡିଆ କେରା,
ଘରଛିଆ, ଗୋକନ୍ଦା, କାଦୁଆ, ଗୋପୀନାଥପୁର, ବଣ୍ଡାଳ, କଉଣୀଖୁଣୀ, ଜାଗୁଳେଇପଦର, ଓଗାଳପୁର ଆଦି ପଞ୍ଚାୟତର ବିଭିନ୍ନ
ବନ୍ୟା ପ୍ଳାବିତ ଗ୍ରାମଗୁଡିକୁ ଗ୍ରସ୍ତ କରିଛନ୍ତି ।
ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ସହିତ ଓଡିଶାର କେତେକ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ
ରାଜ୍ୟର ୨୦ଟି ଜିଲ୍ଲା ଉଣା ଅଧିକେ ବ୍ୟାପକ କ୍ଷୟ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଦୟା ନଦୀରେ ପ୍ରବଳ ବନ୍ୟା ଯୋଗୁଁ
କଣାସ ବ୍ଳକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଗତ ଏକ ସପ୍ତାହ ଧରି କଣାସ ବ୍ଳକର ବହୁ ଗ୍ରାମ ଆଜି ସୁଦ୍ଧା ଜଳବନ୍ଦୀ
ହୋଇ ରହିଛନ୍ତି । ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ପ୍ରବଳ ସ୍ରୋତରେ ଜଳ ପ୍ରବାହିତ ହେଉଥିବାରୁ ଗମନାଗମନର କୌଣସି
ସୁବିଧା ନାହିଁ । ଲୋକେ ଘର ଛାତ ତଥା ଉଚ୍ଚ ସ୍ଥାନ ମାନଙ୍କରେ ନିରାଶ୍ରିତ ଅବସ୍ଥାରେ ରହିଛନ୍ତି ।
ସରକାରୀ ସାହାଯ୍ୟ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତାଠାରୁ ବହୁ ଦୂରରେ । ସାମାନ୍ୟ କିଛି ଚୁଡା, ଗୁଡ ବାଣ୍ଟି ଦେଇ
ରାଜ୍ୟ ସରକାର ନିଜ ଦାୟିତ୍ୱ ସରିଗଲା ବୋଲି ଧରି ଦେଇଛନ୍ତି । ବହୁ ଗ୍ରାମରେ ଲୋକଙ୍କୁ ପଲିଥିନ ଖଣ୍ଡେ ମିଳି ନାହିଁ । ଗୋଟିଏ
ପଲିଥିନକୁ ଦୁଇଖଣ୍ଡ କରି ବଣ୍ଟା ଯାଉଛି । ରନ୍ଧା ଖାଦ୍ୟ ମଧ୍ୟ ଅଧିକାଂଶ ଗ୍ରାମରେ ଗୋଟିଏ ଓଳି ମାତ୍ର ଦିଆଯାଉଥିବା ପ୍ରତିନିଧି
ମଣ୍ଡଳୀ ଦେଖିବାକୁ ପାଇଛନ୍ତି ।
ସି.ପି.ଆଇ.(ଏମ) ର ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକମଣ୍ଡଳୀ
ସଦସ୍ୟ ଜଗନ୍ନାଥ ମିଶ୍ର ଓ ଓଡିଶା କୃଷକ ସଭାର ରାଜ୍ୟ ସଭାପତି ଜମେଶ୍ୱର ସାମନ୍ତରାୟ, ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,
ସି.ପି.ଆଇ.(ଏମ୍‌) ପୁରୀ ଜିଲ୍ଲା କମିଟି ସମ୍ପାଦକ ଭୀମସେନ ସ୍ୱାଇଁ, କଣାସ ଆଞ୍ଚଳିକ କମିଟି ସମ୍ପାଦକ ସ୍ମୃତି ରଞ୍ଜନ ଦାସ,
ରାମଚନ୍ଦ୍ର ମହାପାତ୍ର ଏବଂ ଯୁବନେତା ଭାଗିରଥି ବେହେରା ପ୍ରମୁଖ ଗସ୍ତ କରିଥିଲେ ।


ବନ୍ୟା ପ୍ରପିଡିତ ପାଣି ଘେରରେ ଥିବା ଲୋକଙ୍କୁ ସାଧାରଣ ଅବସ୍ଥା ଫେରିବା ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ପ୍ରଦାନ କରିବା
ଓଡିଶାର ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରକୁ ଏକ କୁଇଣ୍ଟାଲ ଚାଉଳ ଏବଂ ୨୦୦୦ଟଙ୍କା ବଣ୍ଟନ ତତ୍‌କାଳୀନ ସାହାଯ୍ୟ ,
ତୁରନ୍ତ ସବୁ ପରିବାରକୁ ପଲିଥିନ ବଣ୍ଟନ କରିବା, କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ, ପଞ୍ଚାୟତ ସ୍ତରରେ ସର୍ବଦଳୀୟ
ଲୋକପ୍ରିୟ ଗଣକମିଟି ଗଠନ କରି ରିଲିଫ୍ ଏବଂ ପୁନଃ ଥଇଥାନ କାର୍ଯ୍ୟକ୍ରମ ପରିଚାଳନା କରିବା ଇତ୍ୟାଦି ଆଶୁ ପଦକ୍ଷେପ
ନେବାକୁ ସି.ପି.ଆଇ.(ଏମ୍‌) ଓଡିଶା ରାଜ୍ୟ କମିଟି ପକ୍ଷରୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking