28.1 C
Bhubaneswar
Wednesday, April 24, 2024
Homeଓଡିଶାଓଡିଶା ବିଶ୍ୱ ବିଦ୍ୟାଳୟ (ସଂଶୋଧନ) ବିଲ୍ - ୨୦୨୦ରେ ମାନ୍ୟବର ରାଜ୍ୟପାଳ ସମ୍ମତି ପ୍ରଦାନ ନକରିବା...

ଓଡିଶା ବିଶ୍ୱ ବିଦ୍ୟାଳୟ (ସଂଶୋଧନ) ବିଲ୍ – ୨୦୨୦ରେ ମାନ୍ୟବର ରାଜ୍ୟପାଳ ସମ୍ମତି ପ୍ରଦାନ ନକରିବା ପାଇଁ ଶିକ୍ଷାବିତ୍‌, ପୂର୍ବତନ ଛାତ୍ରନେତା ଏବଂ ଛାତ୍ର ସଂଗଠନମାନଙ୍କ ତରଫରୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର : ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍ – ୨୦୨୦ରେ ମାନ୍ୟବର ରାଜ୍ୟପାଳ ଦସ୍ତଖତ ନକରିବା ପାଇଁ ନିବେଦନ କରି ଏକ ସ୍ମାରକପତ୍ର ଓଡିଶାର ଶିକ୍ଷାବିତ୍ , ପୂର୍ବତନ ଛାତ୍ରନେତା, ଛାତ୍ର ସଂଗଠନ ଏବଂ ସାମାଜିକ କର୍ମୀମାନଙ୍କ ତରଫରୁ ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ କୁହାଯାଇଛି ଯେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ – ୨୦୨୦ ବିଶ୍ୱବିଦ୍ୟାଳୟ ଶିକ୍ଷାର ଗଣତାନ୍ତ୍ରିକ ଢାଞ୍ଚା, ମୁକ୍ତ ଗବେଷଣା, ଶିକ୍ଷକ ଓ କର୍ମଚାରୀ ମାନଙ୍କ ନିଯୁକ୍ତି ପ୍ରଦାନ, ବିଶ୍ୱ ବିଦ୍ୟାଳୟ ସ୍ୱାତନ୍ତ୍ରତା ଇତ୍ୟାଦି ସବୁକିଛିକୁ ବିରୁଦ୍ଧାଚରଣ କରୁଛି ଏବଂ ନ୍ୟୁନ କରୁଛି । ସିନେଟ୍ ବ୍ୟବସ୍ଥାକୁ ବିଲୋପ କରିବା ଏବଂ ସିଣ୍ଡିକେଟ୍ ରେ ରାଜ୍ୟ ସରକାରଙ୍କ ମନୋନିତ ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି କରିବା ବିଶ୍ୱ ବିଦ୍ୟାଳୟ ସ୍ୱାତନ୍ତ୍ରତା ଉପରେ ସିଧା ହସ୍ତକ୍ଷେପ କରାଯାଇଛି । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି
କ୍ଷମତାକୁ ଅପସାରଣ କରାଯାଇ , ଓ ପି ଏସ୍ ସି ଏବଂ ଏସ୍ ଏସ୍ ବି କୁ ନିଯୁକ୍ତି ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି ।
ଏହା ବିଶ୍ୱ ବିଦ୍ୟାଳୟର ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ କ୍ଷମତା ପରିସରକୁ ସଂପୂର୍ଣ୍ଣ ଭାବେ ଭୁଲଣ୍ଠିତ କରିଛି । ପ୍ରତ୍ୟେକ
ବିଶ୍ୱ ବିଦ୍ୟାଳୟ ଶିକ୍ଷା ଏବଂ ଗବେଷଣାର ଉଚ୍ଚତର ସୋପାନର ଏକ ଉନ୍ନତ ଶିକ୍ଷାନୁଷ୍ଠାନ ଅଟେ । ଏହାର ପରିଚାଳନା
କ୍ଷେତ୍ରରେ ଥିବା ତ୍ରୃଟିକୁ ସୁଧାରିବା ପାଇଁ ପଦକ୍ଷେପ ନେଲାବେଳେ ସ୍ୱାତନ୍ତ୍ରତା ଏବଂ ଗଣତାନ୍ତ୍ରିକ ଢାଞ୍ଚା ଅକ୍ଷୁର୍ଣ୍ଣ ରହିବା
ଆବଶ୍ୟକ । ମାତ୍ର ବିଶ୍ୱ ବିଦ୍ୟାଳୟର ସ୍ୱାତନ୍ତ୍ରତା ଏବଂ ଗଣତାନ୍ତ୍ରିକ ଢାଞ୍ଚାକୁ ଅକାମୀ କରିଦେଇ ରାଜ୍ୟ ସରକାର ବିଶ୍ୱ
ବିଦ୍ୟାଳୟର କ୍ଷମତା ଗୁଡିକୁ ନିଜ ହାତରେ ରଖି ଅମଲାତନ୍ତ୍ର ହାତରେ ଟେକିଦେବା ଏକ ବିପଦଜନକ ଦିଗକୁ
ଦର୍ଶାଉଛି । ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନ – ୧୯୮୯ରେ ବିଶ୍ୱ ବିଦ୍ୟାଳୟ ପାଇଁ ଯାହାକିଛି କ୍ଷମତା ଥିଲା ସେହି
ସମସ୍ତ କ୍ଷମତାକୁ ସଙ୍କୁଚିତ କରି ବିଶ୍ୱ ବିଦ୍ୟାଲୟ ଆଇନ – ୨୦୨୦କୁ ଅନ୍ତଃସାର ଶୁନ୍ୟ କରିଦିଆଗଲା । ଓଡିଶାର
ସ୍ୱନାମ ଧନ୍ୟ ଏକ ଗାରିମା ମୟ ଅନୁଷ୍ଠାନ ହେଉଛି ରେଭେନ୍ସା ବିଶ୍ୱ ବିଦ୍ୟାଳୟ । ବିଧାନ ସଭାରେ ୨୦୦୫
ମସିହାରେ ଏକ ସ୍ୱତନ୍ତ୍ର ଆଇନ ଦ୍ୱାରା ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ମାତ୍ର ରାଜ୍ୟ ସରକାର ୧୫
ବର୍ଷ ପରେ ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧିତ ଆଇନ -୨୦୨୦ଦ୍ୱାରା ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଇନ
୨୦୦୫କୁ ରଦ୍ଦ କରି ଦେଇଛନ୍ତି । ଶିକ୍ଷା ଜଗତରେ ଏହି ଭଳି ଏକ ନକରାତ୍ମକ ଶିକ୍ଷା ବିରୋଧି , ଓଡିଶା ବିଶ୍ୱ
ବିଦ୍ୟାଳୟ ସଂଶୋଧନ ବିଲ୍‌- ୨୦୨୦କୁ ସବୁ ସ୍ତରରେ ବିରୋଧ କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି
କୁହାଯାଇଛି ।
ଆଜି ରାଜଭବନ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ ପ୍ରଫେସର ଅଜିତ୍ କୁମାର ମହାନ୍ତି ପ୍ରଫେସର ଅମୀୟ
କୁମାର ମହାନ୍ତି, ପୂର୍ବତନ ଛାତ୍ର ନେତା ତଥା ଉତ୍କଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ ସିନେଟ୍ ସଭ୍ୟ ସୁଦର୍ଶନ ଦାସ,
ସୁରେଶ ପାଣିଗ୍ରାହୀ, ଅଧ୍ୟାପକ ନିରଦ କୁମାର ଖୁଣ୍ଟିଆ, ଅଧ୍ୟାପକ ସଞ୍ଜୀବ ମହାନ୍ତି, ସାମାଜିକ କର୍ମୀ ବିଜୟ ପ୍ରଧାନ,
ମାନସ ପଟ୍ଟନାୟକ, ଯୁବ ନେତା ଯତିନ୍ ମହାନ୍ତି, ସରୋଜ ନାୟକ, ଅଖିଳ ଭାରତ ଛାତ୍ରସଂଘର ସଭାନେତ୍ରୀ ସଂଘମିତ୍ରା
ଜେନା ପ୍ରମୁଖ ନେତୃବୃନ୍ଦ ଅଂଶଗ୍ରହଣ କରିବା ସହିତ ରାଜ୍ୟ ପାଳଙ୍କୁ ଉଦ୍ଦେଶ୍ୟିତ ସ୍ମାରକପତ୍ରରେ ଦସ୍ତଖତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking